କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବେ । ୨୦୨୧-୨୨ରେ ହୋଇଥିବା ଅବକାରୀ ଦୁର୍ନୀତି ମାମଲାରେ କଥିତ ଭାବେ ହୋଇଥିବା ଦୁର୍ନୀତିରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଦୀର୍ଘ ୮ ଘଣ୍ଟାର ଜେରା ପରେ ତାଙ୍କୁ ରବିବାର ଗିରଫ କରାଯାଇଥିଲା । କୋର୍ଟରେ ମନୀଷଙ୍କୁ ହାଜର ବେଳେ ବ୍ୟାପକ ସଂଖ୍ୟାରେ ପୋଲିସ ଏବଂ ସୁରକ୍ଷାକର୍ମୀ ଉପସ୍ଥିତ ରହିଥିଲେ ।
ଦିଲ୍ଲୀ ଅବକାରୀ ଦୁର୍ନୀତି: ମନୀଷ ସିସୋଦିଆଙ୍କୁ ୫ଦିନ ରିମାଣ୍ଡରେ ନେଲା ସିବିଆଇ।
/kanak/media/post_attachments/wp-content/uploads/2023/02/pti02_26_2023_000114b-sixteen_nine.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)