ଶାହିନବାଗ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ‘ସୁପ୍ରିମ’ ଶୁଣାଣି: ଗଣତନ୍ତ୍ରରେ ସମସ୍ତଙ୍କ ପ୍ରତିବାଦ କରିବାର ଅଧିକାର ରହିଛି ହେଲେ ବିକ୍ଷୋଭ ନାଁରେ ରାସ୍ତା ଅବରୋଧ କରିପାରିବେନି ଆନ୍ଦୋଳନକାରୀ

ଆନ୍ଦୋଳନକାରୀଙ୍କ ସହ କଥା ହେବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ମଧ୍ୟସ୍ଥି ନିଯୁକ୍ତ

191

କନକ ବ୍ୟୁରୋ: ଶାହିନ ବାଗ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ । ତେବେ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଗଣତନ୍ତ୍ରରେ ସମସ୍ତଙ୍କ ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ଆନ୍ଦୋଳନ ନାମରେ ରାସ୍ତା ଅବରୋଧ କରିହେବ ନାହିଁ । ଏହା ପୂର୍ବରୁ ଫେବ୍ରୁଆରି ୧୦ରେ ଶୁଣାଣି କରି ସୁପ୍ରିମ କୋର୍ଟ ଏପରି କହିଥିଲେ କି, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ। ଆନ୍ଦୋଳନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବାଛିବା ଜରୁରୀ ବୋଲି କୋର୍ଟ ପକ୍ଷରୁ କୁହାଯାଇଥିଲା । ସେହିଭଳି ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବା ପାଇଁ ସର୍ବୋଚ୍ଚ ଅଦାଲତ ଜଣେ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି ।

ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଓ ଶ୍ରଦ୍ଧା ରାମଚନ୍ଦ୍ରନଙ୍କୁ  ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ କୋର୍ଟ ଆଇନଜୀବୀ  ସଞ୍ଜୟ ହେଗଡେଙ୍କୁ  ମଧ୍ୟସ୍ଥି ଘୋଷଣା କରିବା ପରେ ସେ  ଅପିଲ କରି କହିଥିଲେ ଯେ ତାଙ୍କ ସହ ଅବସରପ୍ରାପ୍ତ ଜଷ୍ଟିସ କୁରିୟନ ଜୋସେଫଙ୍କୁ ମଧ୍ୟ ପଠାଯାଉ । ମାତ୍ର ଅଦାଲତ ଏହାପରେ ବରିଷ୍ଠ ଆଇନଜୀବୀ ସାଧନା ରାମଚନ୍ଦ୍ରନଙ୍କୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ। ସଞ୍ଜୟ ହେଗଡେଙ୍କ ପକ୍ଷରୁ ସଲିସିଟର ଜେନେରାଲ ପୁଲିସ ସୁରକ୍ଷାର ଅପିଲ କରିଥିଲେ । ଏହା ପୂର୍ବରୁ ଫେବ୍ରୁଆରି ୧୦ରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଥିଲେ, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ। ଆନ୍ଦୋଳନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବାଛିବା ଜରୁରୀ ବୋଲି କୋର୍ଟ କହିଥିଲେ।

ଶାହିନବାଗରୁ ଆନ୍ଦୋଳନକୁ ହଟାଇବା ଉଦ୍ଦେଶ୍ୟରେ ଡ.ନନ୍ଦ କିଶୋର ଗର୍ଗ ଏବଂ ଅମିତ ସାହାନୀ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଶାହିନ ବାଗରେ ଆନ୍ଦୋଳନ ବେଆଇନ ବୋଲି ସେମାନେ ଦର୍ଶାଇଥିଲେ, ‌ଯାହାକୁ ନେଇ ସୁପ୍ରିମ କୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦୁଇ ମାସ ଧରି ଶାହିନ ବାଗ୍‌ରେ ଆନ୍ଦୋଳନ ଚାଲି ଆସୁଛି। ଏହା ଫଳରେ ଦିଲ୍ଲୀରେ ରାସ୍ତା ଅବାରୋଧ ସମସ୍ୟା ଉପୁଜିଛି।

Comments are closed.