କନକ ବ୍ୟୁରୋ : କେଜ୍ରିୱାଲଙ୍କ ଦ୍ୱାରା ଦିଲ୍ଲୀ ରାୱଜ ଏଭିନ୍ୟୁ କୋର୍ଟରେ ଇଡି ରିମାଣ୍ଡ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହାସହ ଇଡିର ଆବେଦନକୁ ଗ୍ରହଣ କରି କୋର୍ଟ କେଜ୍ରୱାଲଙ୍କୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଇ ଦେଇଛନ୍ତି । ହେଲେ ଯେତେବେଳେ ଇଡି କୋର୍ଟରେ କେଜ୍ରିୱାଲଙ୍କୁ ଦ୍ୱିତୀୟ ଥର ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ, ଏହା ଉପରେ ପ୍ରତିକ୍ରିୟା ରଖିଥିଲେ କେଜ୍ରିୱାଲ । ସେ କହିଛନ୍ତି କି, ଇଡି ସହାୟତାରେ ଆମ୍ ଆଦମୀ ପାର୍ଟିକୁ ସମାପ୍ତ କରିଦେବାକୁ ଚେଷ୍ଟା କରାଯାଉଛି ।
ଇଡି ତରଫରୁ ମାମଲା ଲଢୁଥିବା ଓକିଲ ରାଜୁ କହିଥିଲେ କି, କେଜ୍ରିୱାଲଙ୍କର ବୟାନ ରେକର୍ଡ କରାଯାଇଛି । ହେଲେ ଏହି ବୟାନର କିଛି ତାଳମେଳ ରହୁନାହିଁ । ଏହାସହ କେଜ୍ରିୱାଲ ଇଲେକ୍ଟ୍ରୋନିକ୍ସ ଡିଭାଇସର ପାସୱାଡ ଦେଉ ନଥିବା ରାଜୁ କୋର୍ଟଙ୍କୁ ଜଣାଇଥିଲେ । ଏହାକୁ ନେଇ ନିଜ ତରଫରୁ କିଛି କହିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ କେଜ୍ରିୱାଲ । ହେଲେ କୋର୍ଟ କହିଥିଲେ କି, ଯାହା କହିବାର ଅଛି ତାହା ଓକିଲଙ୍କ ମାଧ୍ୟମରେ ଲିଖିତ ଆକାରରେ କୋର୍ଟଙ୍କୁ ଜଣାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Untitled-1-28.jpg)