ଢେଙ୍କାନାଳରେ ସୀମା ଟପିଲାଣି ହାତୀ ଉପଦ୍ରବ ! ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛନ୍ତି ହାତୀପଲ

Advertisment
ମୟୂରଭଞ୍ଜରେ ଥମୁନି ହାତୀ ଆତଙ୍କ । ଗାଁ ମୁହାଁ ହୋଇଛନ୍ତି, ସବୁକିଛି ଦଳି ଚକଟି ଦେଉଛନ୍ତି ।
କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ସୀମା ଟପିଲାଣି। ସାଧାରଣତଃ ରାତିରେ ହାତୀପଲ ଗାଁ ଗଣ୍ଡାରେ ପଶି ଘରଦ୍ବାର ଭାଙ୍ଗୁଥିବା ବେଳେ ଏବେ ସ୍ପଷ୍ଟ ଦିବାଲୋକରେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି ଏକ ଦନ୍ତାହାତୀ। ଢେଙ୍କାନାଳ ସଦର ରେଂଜ୍ ତଥା ଓଡ଼ାପଡ଼ା ବ୍ଲକ୍ ଓସ୍ତପାଳରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଓସ୍ତପାଳ ଗାଁର ବେନୁ ନାଏକ(୫୫) ଓ ତାଙ୍କ ପୁତୁରା ବିରଞ୍ଚି ନାଏକ ପୂର୍ବାହ୍ଣ ୯ଟାବେଳେ ଓସ୍ତପାଳ-ଦୀନବନ୍ଧୁପୁର ରାସ୍ତାରେ ତାରିଣୀ ଠାକୁରାଣୀଙ୍କ ପୀଠରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ‘ବାଘୁଆ କାଜୁ ବଗିଚା’ରେ କାଜୁ ମଞ୍ଜି ତୋଳୁଥିଲେ।
publive-imageଏହି ସମୟରେ ଏକ ଦନ୍ତାହାତୀ ଅତର୍କିତ ଭାବେ ବେନୁଙ୍କୁ ଆକ୍ରମଣ କରିଥିଲା। ଦାନ୍ତରେ ଭୁସି ଦେବାରୁ ଘଟଣାସ୍ଥଳରେ ବେନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ଦନ୍ତା ତାଙ୍କୁ ଡାଳପତ୍ର ଘୋଡ଼ାଇ ପଳାଇଥିଲା। ପରିବାର ସଦସ୍ୟ ଓ ଗ୍ରାମବାସୀ ପହଞ୍ଚି ଶବ ରଖି ଦୀନବନ୍ଧୁପୁର-ଓସ୍ତପାଳ ରାସ୍ତା ଅବରୋଧ କରିଥିଲେ। ଭାପୁର ଫାଣ୍ଡି ଅଧିକାରୀ ପି.କେ. ପଢ଼ିହାରୀ, ରେଞ୍ଜର ମନୋହର ଖାଁ, ବନରକ୍ଷୀ ଯୁଗଳ ମହାନ୍ତି, ଶରତ ମଲ୍ଲ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ହଟିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe