କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ସୀମା ଟପିଲାଣି। ସାଧାରଣତଃ ରାତିରେ ହାତୀପଲ ଗାଁ ଗଣ୍ଡାରେ ପଶି ଘରଦ୍ବାର ଭାଙ୍ଗୁଥିବା ବେଳେ ଏବେ ସ୍ପଷ୍ଟ ଦିବାଲୋକରେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି ଏକ ଦନ୍ତାହାତୀ। ଢେଙ୍କାନାଳ ସଦର ରେଂଜ୍ ତଥା ଓଡ଼ାପଡ଼ା ବ୍ଲକ୍ ଓସ୍ତପାଳରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଓସ୍ତପାଳ ଗାଁର ବେନୁ ନାଏକ(୫୫) ଓ ତାଙ୍କ ପୁତୁରା ବିରଞ୍ଚି ନାଏକ ପୂର୍ବାହ୍ଣ ୯ଟାବେଳେ ଓସ୍ତପାଳ-ଦୀନବନ୍ଧୁପୁର ରାସ୍ତାରେ ତାରିଣୀ ଠାକୁରାଣୀଙ୍କ ପୀଠରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ‘ବାଘୁଆ କାଜୁ ବଗିଚା’ରେ କାଜୁ ମଞ୍ଜି ତୋଳୁଥିଲେ।
/kanak/media/post_attachments/wp-content/uploads/2019/01/elephant-attack-1.jpg)