ନୀଳଗିରିରେ ହାତୀ ଆତଙ୍କ । ୫ଟି ଦନ୍ତା ଓ ୭ଟି ଛୁଆ ହାତୀ ସମେତ ୪୨ଟି ହାତୀକୁ ଦେଖି ଚାଷୀକୂଳ ଆତଙ୍କିତ

ନୀଳଗିରିରେ ହାତୀ ଆତଙ୍କ । ୫ଟି ଦନ୍ତା ଓ ୭ଟି ଛୁଆ ହାତୀ ସମେତ ୪୨ଟି ହାତୀକୁ ଦେଖି ଚାଷୀକୂଳ ଆତଙ୍କିତ

କନକ ବ୍ୟୁରୋ: ନୀଳଗିରିରେ ହାତୀ ଆତଙ୍କ । ନୀଳଗିରି ଅଂଚଳକୁ ଏକ ହାତୀପଲ ଚାଲି ଆସିବା ଯୋଗୁଁ ଚାଷୀକୂଳ ଆତଙ୍କିତ  ହୋଇପଡିଛନ୍ତି । ଏହି ହାତୀପଲରେ ୫ଟି ଦନ୍ତା ଓ ୭ଟି ଛୁଆ ହାତୀ ସମେତ ୪୨ଟି ହାତୀ ରହିଛନ୍ତି । ଝାଡଖଣ୍ଡ ଦଲମା ଜଙ୍ଗଲରୁ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ , ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ଜଙ୍ଗଲକୁ ହାତୀପଲ ପ୍ରବେଶ କରିଛନ୍ତି । ଆସିବା ବାଟରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜରଙ୍କ ସମେତ ବହୁ ବନକର୍ମଚାରୀ ଓ ସବୁଜ ବାହିନୀ  ହାତୀପଲକୁ ନିୟନ୍ତ୍ରଣ କରୁଛନ୍ତି ।

ନୀଳଗିରିକୁ ପ୍ରବେଶ କଲେ ଝାଡ଼ଖଣ୍ଡି ହାତୀପଲ। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପ୍ରଵେଶ କରିଛନ୍ତି । ଏହି ହାତୀପଲରେ ୫ଟି ଦନ୍ତା ଓ ୭ଟି ଛୁଆ ସମେତ ମୋଟ ୪୨ ଟି ହାତୀ ଅଛନ୍ତି। ସେମାନେ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।

ସୁରକ୍ଷା ଦୃଷ୍ଟିରୁ ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡାଙ୍କ ନିର୍ଦେଶରେ ନୀଳଗିରି ରେଞ୍ଜର ମନୁଆର ଖାନ ସମେତ ବହୁ ଫରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଉପସ୍ଥିତ ରହି ହାତୀପଲକୁ ନିୟନ୍ତ୍ରଣ କରୁଛନ୍ତି। ତେବେ ହାତୀପଲଙ୍କ ଆଗମନ ଯୋଗୁଁ ଚାଷୀକୁଳ ତଥା ନୀଳଗିରି ବନାଞ୍ଚଳବାସୀ ଭୟଭିତ ହୋଇପଡିଥିବା ଦେଖିବାକୁ ମିଳିଛି। ପୁଣି ଆଉ ଏକ ହାତୀପଲ ନୀଳଗିରି ମୁହାଁ ହେଉଥିବା ବେଳେ ହାତପଲଙ୍କ ଗତିପଥ ଦେଖି ଘଉଡେଇବାର କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ନୀଳଗିରି ରେଞ୍ଜରେ ମନୁଆର ଖାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe