ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲିରେ ଦନ୍ତା ହାତୀର ଉତ୍ପାତ : ହାତୀ ପାଇଁ ଚୁଲି ନିଆଁରେ ଜଳିଗଲା ଘର

ରୋଷେଇ ବେଳେ ଚାଳ ଘରକୁ ଆକ୍ରମଣ କରିଥିଲା ହାତୀ 

97

କନକ ବ୍ୟୁରୋ : ମୁଣ୍ଡରରେ ଦନ୍ତା ହାତୀ ‘ଡନ’ର ଆତଙ୍କ । ହାତୀ ପାଇଁ ଚୁଲି ନିଆଁରେ ଜଳିଗଲା ଘର । ସମ୍ବଲପୁର ଯୁଯୁମୁରା ଅଂଚଳରେ ପୁଣି ଆତଙ୍କ ଖେଳାଉଛି ଦନ୍ତା ହାତି । ବନ ବିଭାଗ ସ୍ୱତନ୍ତ୍ର ସ୍କ୍ୱାଡ ମଧ୍ୟ ହାତୀକୁ ଧରିବାରେ ବିଫଳ ହୋଇଛି । ହାତୀ ଉପଦ୍ରବରେ ଜଣଙ୍କର ଘର ପୋଡି ପାଉଁଶ ହୋଇଯାଇଛି । ସୌଭାଗ୍ୟବଶତଃ ଏଥିରୁ ପରିବାର ଲୋକ ବଂଚି ଯାଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ସଦର ରେଂଜ ଝାଙ୍କରପାଲି ସେକ୍ସନ ଜର୍ଜ ଭେଙ୍ଗରାଜଙ୍କ ଛଣ ଛପର ଘରକୁ ହାତୀ ଆକ୍ରମଣ କରିଥିଲା । ଏହି ସମୟରେ ତାଙ୍କ ପତ୍ନୀ ଘରେ ରାନ୍ଧୁଥିଲେ । ହାତୀକୁ ଦେଖି ପରିବାର ଲୋକେ ସମସ୍ତେ ଘରୁ ବାହାରି ଯାଇଥିଲେ । ସେହି ସମୟରେ ଚୁଲି ନିଆଁରୁ ଘରକୁ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଥିଲା । ଅଳ୍ପକେ ବର୍ତି ଯାଇଥିଲେ ପରିବାରର ସଦସ୍ୟ ।