ଢେଙ୍କାନାଳରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ହେବା ପରେ ତାତିଲେ ଲୋକେ: କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥକୁ କଲେ ଅବରୋଧ

ରାସ୍ତାର ଉଭୟ ପଟେ ଅଟକି ରହିଲା ଶହ ଶହ ଗାଡ଼ି । ହାତୀପଲଙ୍କୁ ଘଉଡ଼େଇବା ଦାବି

67

କନକ ବ୍ୟୁରୋ: ଢ଼େଙ୍କାନାଳରେ ହାତୀ ଆତଙ୍କ । ଅତିଶୟ କରୁଛି ହାତୀ । ହାତୀ ଆତଙ୍କରେ ଢ଼େଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ଲୋକେ । ହାତୀର ଉପଦ୍ରବ ଦେଖି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର ଲୋକେ । ସ୍କୁଲ ବାରଣ୍ଡାରେ ପ୍ରଶାନ୍ତ ରାଉତ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗୋବିନ୍ଦପୁର ଛକରେ ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଛନ୍ତି । ତେବେ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।