ଖୋର୍ଦ୍ଧା ସହରରେ ପଶିଲା ହାତୀ : ଦୁଇ ଦନ୍ତାଙ୍କ ଡାକ୍ତରଖାନା ପରିସରରେ ଆତଙ୍କରାଜ; ଷ୍ଟାଫ କ୍ୱାର୍ଟର ନିକଟରେ କରୁଛନ୍ତି ଉତ୍ପାତ, ଘଟଣାସ୍ଥଳରେ ପୁଲିସ

Advertisment
ଖୋର୍ଦ୍ଧା ସହରରେ ପଶିଲା ହାତୀ : ଦୁଇ ଦନ୍ତାଙ୍କ ଡାକ୍ତରଖାନା ପରିସରରେ ଆତଙ୍କରାଜ; ଷ୍ଟାଫ କ୍ୱାର୍ଟର ନିକଟରେ କରୁଛନ୍ତି ଉତ୍ପାତ, ଘଟଣାସ୍ଥଳରେ ପୁଲିସ

କନକ ବ୍ୟୁରୋ : କନକ ବ୍ୟୁରୋ : ଖୋର୍ଦ୍ଧା ସହର ଭିତରେ ପଶିଲା ହାତୀ । ଦୁଇଟି ଦନ୍ତା ହାତୀ ଖୋର୍ଦ୍ଧା ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ପଶିଛନ୍ତି । ଦୁଇଟି ଦନ୍ତା ଡାକ୍ତରଖାନା ଚକ୍ଷୁ ବିଭାଗ ନିକଟରେ ରହିଛନ୍ତି । ଡାକ୍ତର, ନର୍ସ ଷ୍ଟାଫଙ୍କ କ୍ୱାଟର ନିକଟରେ ହାତୀ ବୁଲୁଛନ୍ତି । ଭୟରେ ସମସ୍ତ ମେଡିକାଲ ଷ୍ଟାଫ ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପଂହଚି ପରିସ୍ଥିତି ଉପରେ ନଜର ରଖିଛି । ବନ ବିଭାଗ ମଧ୍ୟ ପଂହଚି ହାତୀ ଘଉଡାଇବା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe