ପାଣି ଭିତରେ ହାତୀପଲଙ୍କ ଜଳକ୍ରୀଡା ।

ବର୍ଦ୍ଧନା, ପାରୁଡିପଶି, ପଡୁଆ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ

36

କନକ ବ୍ୟୁରୋ: ପାଣି ଭିତରେ ହାତୀ ପଲଙ୍କ ଜଳକ୍ରୀଡା । କେନ୍ଦୁଝର ଜିଲ୍ଲା ବର୍ଦ୍ଧନା ଜଙ୍ଗଲ ପାରି ହେଉଥିବା ବେଳେ ହାତୀ ପଲ ବନ୍ୟା ପାଣିକୁ ସାମ୍ନା କରିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍ ଅଂଚଳର ତୁରୁମୁଙ୍ଗା ରାସ୍ତା ଝାଲିଆବେଡା ନିକଟରେ ହାତୀ ପଲ ଅତିକ୍ରମ କରିଥିଲେ । ଏହି ସମୟରେ ରାସ୍ତା ଅବରୋଧ ହୋଇଯାଇଥିଲା ।

ଦୁଇ ଦନ୍ତାହାତୀ ପରସ୍ପର ମଧ୍ୟରେ ଲଢେଇ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଲୋକେ ହାତୀ ଭୟରେ ଅଟକି ଯାଇଥିଲେ । ଅନ୍ୟପଟେ ବିଳମ୍ବିତ ରାତିରେ ହାତୀପଲ ବର୍ଦ୍ଧନା, ପାରୁଡିପଶି, ପଡୁଆ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଗାଁ ଲୋକେ ହାତୀ ପଲକୁ ନେଇ ଭୟଭୀତ ରହିଛନ୍ତି । ବନ ବିଭାଗ ଆସି ହାତୀ ପଲଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛି ।