କନକ ବ୍ୟୁରୋ: ପାଣି ଭିତରେ ହାତୀ ପଲଙ୍କ ଜଳକ୍ରୀଡା । କେନ୍ଦୁଝର ଜିଲ୍ଲା ବର୍ଦ୍ଧନା ଜଙ୍ଗଲ ପାରି ହେଉଥିବା ବେଳେ ହାତୀ ପଲ ବନ୍ୟା ପାଣିକୁ ସାମ୍ନା କରିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍ ଅଂଚଳର ତୁରୁମୁଙ୍ଗା ରାସ୍ତା ଝାଲିଆବେଡା ନିକଟରେ ହାତୀ ପଲ ଅତିକ୍ରମ କରିଥିଲେ । ଏହି ସମୟରେ ରାସ୍ତା ଅବରୋଧ ହୋଇଯାଇଥିଲା ।
ଦୁଇ ଦନ୍ତାହାତୀ ପରସ୍ପର ମଧ୍ୟରେ ଲଢେଇ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଲୋକେ ହାତୀ ଭୟରେ ଅଟକି ଯାଇଥିଲେ । ଅନ୍ୟପଟେ ବିଳମ୍ବିତ ରାତିରେ ହାତୀପଲ ବର୍ଦ୍ଧନା, ପାରୁଡିପଶି, ପଡୁଆ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଗାଁ ଲୋକେ ହାତୀ ପଲକୁ ନେଇ ଭୟଭୀତ ରହିଛନ୍ତି । ବନ ବିଭାଗ ଆସି ହାତୀ ପଲଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/12-19.jpg)