କଣାସ ବାଦୂରାବର ଗାଁରେ ହାତୀ ଆତଙ୍କ । ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ, ଖାଇଗଲେ ୨ଶହ ବସ୍ତା ଅମଳ ଧାନ

90

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକରେ ହାତୀ ଉପଦ୍ରବ । ରାତିରେ ଆସି ନଷ୍ଟ କରିଦେଲେ ଚାଷୀଙ୍କ ଫସଲ । କଣାସ ଗଡଖାରଦ ପଞ୍ଚାୟତର ବାଦୁରାବର ଗାଁରେ ୮ରୁ ଅଧିକ ହାତୀ ଆତଙ୍କ ଖେଳାଇଛି । ରାତିରେ ହାତୀପଲ ଜଗନ୍ନାଥ ରୋଡ ପାରି ହେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ହାତୀ ପଲ ଗୁଡିକ ଚିତ୍ରକୁଟ ଜଙ୍ଗଲରୁ ଆସି ଗାଁ ଭିତରେ ପଶିଥିଲେ । ଏହାପରେ ଫସଲ ନଷ୍ଟ କରିଥିବା ଜଣାପଡିଛି । ୨ ଚାଷୀଙ୍କର ୨୦୦ରୁ ଅଧିକ ଅମଳ ହୋଇଥିବା ଧାନ ବସ୍ତା ନଷ୍ଟ କରି ଦେଇଛନ୍ତି ହାତୀ ପଲ । ଧାନ ବସ୍ତା ବ୍ୟତୀତ କଦଳୀ ବାଡିରେ ପଶି ମଧ୍ୟ ଫସଲ ନଷ୍ଟ କରିଛନ୍ତି । ଏତେ ଦୂରରୁ ହାତୀ ପଲ ବାରମ୍ବାର ଆସି ଫସଲ ନଷ୍ଟ କରୁଛନ୍ତି କିନ୍ତୁ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଅମଳ ସମୟରେ ହାତୀ ପଲ ବାରମ୍ବାର ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।