କନକ ବ୍ୟୁରୋ: ପୁଣି ହାତୀର ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜ ବାଲିବନ୍ଧ ସେକ୍ସନ ଚମକପୁର ସଂରକ୍ଷିତ ଜଙ୍ଗଲରୁ ଏକ ମାଈହାତୀର ଗଳିତ ମୃତଦେହ ଉଦ୍ଧାର କରିଛି ବନବିଭାଗ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିିଥିଲା ବନବିଭାଗ । କେତେଦିନ ପୂର୍ବରୁ ହାତୀର ମୃତ୍ୟୁ ଘଟିଛି, ସେନେଇ ସୂଚନା ମିଳିପାରି ନାହିଁ । ହାତୀର ମୃତ୍ୟୁ କାରଣ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ । ଶବ ବ୍ୟବଛେଦ ପରେ ହିଁ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।