କନକ ବ୍ୟୁରୋ : ଦଳିଦେଲା ଦନ୍ତାହାତୀ ଡନ୍ । ଗତ କିଛିଦିନ ହେଲା ସମ୍ବଲପୁର ଯୁଯୁମୁରା ଅଂଚଳରେ ଆତଙ୍କ ଖେଳାଇଥିବା ଦନ୍ତାହାତୀଟି, ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ କୁଢେନିଶା ଗାଁରେ ଗତରାତିରେ ପଶି ୨ ଜଣଙ୍କୁ ଦଳି ଦେଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲ ନେବା ବାଟରେ ପ୍ରାଣବାୟୁ ଉଡିଯାଇଛି ।

Advertisment

ଦୁଇଜଣଙ୍କ ମୃତ୍ୟୁ ପରେ ତତ୍ପର ହୋଇଉଠିଛି ବନବିଭାଗ । ହାତୀର ବ୍ୟବହାର ଉପରେ ଅନୁଧ୍ୟାନ କରି ୱାଇଲ୍ଡ ଲାଇଫ ପିସିସିଏଫଙ୍କୁ ରିପୋର୍ଟ ଦିଆଯାଇଥିବା କହିଛନ୍ତି ସମ୍ବଲପୁର ଡ଼ିଏଫଓ । ପିସିସିଏଫ ୱାଇଲ୍ଡ ଲାଇଫ ଓ ଚିଫ୍ ୱାଇଲ୍ଡ ଲାଇଫଙ୍କ ନିର୍ଦ୍ଦେଶ ଓ ପରବର୍ତ୍ତୀ ବ୍ୟବହାର ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ିଏଫଓ କହିଛନ୍ତି ।

ସୂଚନାନୁସାରେ, ଝୋପଡି କୁଡିଆରେ ଶୋଇଥିବାବେଳେ ୨ ଜଣଙ୍କୁ ଦଳି ଦେଇଥିଲା ଦନ୍ତାହାତୀ ଡନ୍ । ଅତାବିରା ବ୍ଲକ ଜୁନେନ ଗାଁର ତେଲେଙ୍ଗା ଓରାମ ଏବଂ ଜୟଲାଲ ମିର୍ଦ୍ଧାଙ୍କର ମୃତ୍ୟୁ ହୋଇଛି । ଏମାନେ ଏକ ଠିକାଦାର ସଂସ୍ଥା ପକ୍ଷରୁ କର୍ପୋରେସନର ବାଉଁଶ କଟାଳି ଭାବେ କାମ କରୁଥିଲେ । ସଂଧ୍ୟାରେ ଖାଇପିଇ, ଘରେ ବିଶ୍ରାମ ନେଉଥିଲେ । ରାତି ପ୍ରାୟ ୮ଟାବେଳେ ଦନ୍ତାହତୀ ଡନ୍ ଜୁନେନ ଗାଁରେ ପହଂଚି ଉତ୍ପାତ ଆରମ୍ଭ କରିଦେଇଥିଲା । ତେଲେଙ୍ଗା ଓ ଜୟଲାଲ ଶୋଇଥିବା ଘର ଉପରେ ଅଚାନକ ଆକ୍ରମଣ କରିଦେଲା ଡନ୍ । ଦନ୍ତାର ଦଳାଚକଟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ସେଠାରୁ ଦୌଡି ଜୀବନ ରକ୍ଷା କରିଥିଲେ ।