ଘରୁ ଟାଣି ଆଣି ବୃଦ୍ଧଙ୍କୁ ଦଳିଦେଲା ହାତୀ । ସମ୍ବଲପୁର ସଦର ରେଂଜ ନକଟ ଖଏରପଡାରେ ଘଟିଛି ଅଘଟଣ ।

84

କନକ ବ୍ୟୁରୋ: ଘରୁ ଟାଣି ଆଣି ବୃଦ୍ଧଙ୍କୁ ଦଳିଦେଲା ହାତୀ । ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ସଦର ରେଂଜ ଅନ୍ତର୍ଗତ ଝାଙ୍କରପାଲି ସେକ୍ସନ ଖଏରା ପଡାରେ ଘଟିଛି ଏହି ଦୁର୍ଭାଗ୍ୟଜନକ ଘଟଣା । ଖଏରାପଡାର ୭୦ ବର୍ଷ ବୟସ୍କ ବୃଦ୍ଧ ପାତ୍ର ଭୋଇ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାର ରାତିରେ ପାତ୍ର ଭୋଇ ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୧୨ଟା ୪୫ ମିନିଟରେ ଏକ ଦନ୍ତାହାତୀ ତାଙ୍କ ଘରକୁ ଭାଙ୍ଗିଦେଇ ବୃଦ୍ଧଙ୍କୁ ଘରୁ ଟାଣି ଆଣି ଦଳି ଦେଇଥିଲା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିବା ଭାରପ୍ରାପ୍ତ ସଦର ରେଞ୍ଜର ହରିଶଙ୍କର ନାୟକ ସୂଚନା ଦେଇଛନ୍ତି । ଖବର ପାଇ ବନବିଭାଗର କର୍ମଚାରୀ ଗାଁରେ ପହଂଚିଛନ୍ତି । ଏହି ଘଟଣାର ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ସମ୍ବଲପୁର ବନଖଣ୍ଡର ସଦର ରେଞ୍ଜରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଲୋକେ ଆତଙ୍କରେ ଦିନ କାଟୁଛନ୍ତି ।