କ୍ରିକେଟ ମ୍ୟାଚ୍ ଦେଖି ଫେରୁଥିଲେ, ବାଟରୁ ଟାଣିନେଇ ଦଳିଦେଲା ଦନ୍ତା ହାତୀ ।

254

କନକ ବ୍ୟୁରୋ: କ୍ରିକେଟ ଖେଳ ଦେଖି ଫେରିବା ବେଳେ ବାଟରୁ ଟାଣି ନେଇ ଦଳି ଦେଲା ଦନ୍ତା ହାତୀ । ସମ୍ୱଲପୁର ବନଖଣ୍ଡ ଅନ୍ତର୍ଗତ ବାଞ୍ଜିଗୋଟ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଉଛନ୍ତି, ମାନେକଶ୍ୱର ବ୍ଲକ ପୁରୁଣାପାଣି ଗାଁର ୫୫ ବର୍ଷ ବୟସ୍କ ଯୁଧିଷ୍ଠିର ବେହେରା ।

ସୂଚନା ଅନୁସାରେ ଆଜି ବସିଆପଡାରେ ଆୟୋଜିତ କ୍ରିକେଟ ଖେଳି ଦେଖି ସନ୍ଧ୍ୟାରେ ସେ ଘରକୁ ଫେରୁଥିଲେ । ବାଞ୍ଜିଗୋଟ ନିକଟରେ ଯୁଧିଷ୍ଠିର ଏକ ଦନ୍ତା ହାତୀ ହାବୁଡରେ ପଡିଥିଲେ । ରାସ୍ତାରୁ ଟାଣି ନେଇ ଦନ୍ତା ତାଙ୍କୁ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବନବିଭାଗର କର୍ମଚାରୀ ଓ ଯୁଯୁମରା ପୁଲିସ ଘଟଣାସ୍ଥଳରେ ପହଞ୍ଚିିଛନ୍ତି । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଖବର ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।