କନକ ବ୍ୟୁରୋ: କ୍ରିକେଟ ଖେଳ ଦେଖି ଫେରିବା ବେଳେ ବାଟରୁ ଟାଣି ନେଇ ଦଳି ଦେଲା ଦନ୍ତା ହାତୀ । ସମ୍ୱଲପୁର ବନଖଣ୍ଡ ଅନ୍ତର୍ଗତ ବାଞ୍ଜିଗୋଟ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଉଛନ୍ତି, ମାନେକଶ୍ୱର ବ୍ଲକ ପୁରୁଣାପାଣି ଗାଁର ୫୫ ବର୍ଷ ବୟସ୍କ ଯୁଧିଷ୍ଠିର ବେହେରା ।
ସୂଚନା ଅନୁସାରେ ଆଜି ବସିଆପଡାରେ ଆୟୋଜିତ କ୍ରିକେଟ ଖେଳି ଦେଖି ସନ୍ଧ୍ୟାରେ ସେ ଘରକୁ ଫେରୁଥିଲେ । ବାଞ୍ଜିଗୋଟ ନିକଟରେ ଯୁଧିଷ୍ଠିର ଏକ ଦନ୍ତା ହାତୀ ହାବୁଡରେ ପଡିଥିଲେ । ରାସ୍ତାରୁ ଟାଣି ନେଇ ଦନ୍ତା ତାଙ୍କୁ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବନବିଭାଗର କର୍ମଚାରୀ ଓ ଯୁଯୁମରା ପୁଲିସ ଘଟଣାସ୍ଥଳରେ ପହଞ୍ଚିିଛନ୍ତି । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଖବର ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/tusker.jpg)