କନକ ବ୍ୟୁରୋ: ପୁରୀ ଚନ୍ଦନପୁର କୃଷ୍ଣରଞ୍ଜନପୁର ଞ୍ଚଳରେ ହାତୀ ଆତଙ୍କ । ଗୋଟିଏ ହାତୀ ବୁଲୁଥିବାର ଦେଖିଛନ୍ତି ଲୋକେ । ହାତୀଟି କିଛି ଫସଲ ନଷ୍ଟ କରିଥିବା ଜଣାପଡ଼ିଛି । ଭୋରୁ ଗାଁରୁ ୬୦ରୁ ଅଧିକ ଘରେ ଚୁଲି ଜଳି ନାହିଁ । ଡିଏଫଓଙ୍କ ନେତୃତ୍ୱରେ ବନବିଭାଗ ୫ଖଣ୍ଡ ରେଞ୍ଜର ୫୦ରୁ ଅଧିକ ବନ କର୍ମଚାରୀ ହାତୀ ଘଉଡ଼ାଇବା ପାଇଁ ନିୟୋଜିତ ହୋଇଛନ୍ତି । ଗତକାଲି ଡେଲାଙ୍ଗ ଓ କଣାସରେ ହାତୀଟି ବୁଲୁଥିବା ସୂଚନା ରହିଛି । ହାତୀକୁ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ପୁରୀ କୃଷ୍ଣରଞ୍ଜନପୁର ଅଞ୍ଚଳରେ ହାତୀ ଆତଙ୍କ, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ କାଟ୍।
/kanak/media/post_attachments/wp-content/uploads/2023/01/18-9.jpg)