କନକ ବ୍ୟୁରୋ : ବରଗଡ଼ ପଦ୍ମପୁରରେ ଦନ୍ତା ଆତଙ୍କ । ସହର ଉପକଣ୍ଠ ଗାଁରେ ବୁଲୁଛି ହାତୀ । ଘରୁ ଲୋକଙ୍କୁ ନବାହାରିବାକୁ ସଚେତନ କରୁଛି ବନବିଭାଗ । ପଦ୍ମପୁର ନିକଟସ୍ଥ ସତିଭଟା, ଦେଉଲି, ସାଲେଗେଡ଼ି ଓ ଦର୍ବେକେଲା ଗାଁରେ ବୁଲୁଛି ହାତୀ । ପଦ୍ମପୁର ଅଞ୍ଚଳ ଜଙ୍ଗଲ ନିକଟବର୍ତୀ ଗାଁ ଗୁଡ଼ିକରେ ହାତୀ ପଶୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । କିଛି ଦିନ ପୂର୍ବରୁ ଏକ ଦନ୍ତା ହାତୀ ପାଇକମାଲ ସହର ମଧ୍ୟକୁ ଚାଲି ଆସିଥିଲା ଯାହା ପାଇଁ ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ଘୋଷଣା କରାଯାଇଥିଲା ।
ପଦ୍ମପୁରରେ ଦନ୍ତା ଆତଙ୍କ : ଘରୁ ନବାହାରିବାକୁ ସଚେତନ କରୁଛି ବନବିଭାଗ, ଭୟଭୀତ ଅବସ୍ଥାରେ ଲୋକେ
/kanak/media/post_attachments/wp-content/uploads/2023/10/5-3.jpg)