କନକ ବ୍ୟୁରୋ : ଜଙ୍ଗଲ ସୁରକ୍ଷା ସମିତି ସଦସ୍ୟଙ୍କୁ ଦଳିଦେଲା ଦନ୍ତା । ୧୫ ଘଣ୍ଟା ପରେ ଘଞ୍ଚ ଜଙ୍ଗଲରୁ ଶବ ଉଦ୍ଧାର କଲା ବନ ବିଭାଗ ଓ ସ୍ଥାନୀୟ ପୋଲିସ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁର ବୁଦନ ସୌରାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଗାଁ ଜଙ୍ଗଲକୁ ସୁରକ୍ଷା ଦେବା କାର୍ଯ୍ୟରେ ଥିବା ସୁନାସିରା ଦିଶାରୀ ଏବଂ ବୁଦନ ସୌରା ଗତକାଲି ସଂଧ୍ୟାରେ ଜଙ୍ଗଲକୁ ଯାଇଥିଲେ । ହଠାତ ଏକ ହାତୀ ତାଙ୍କ ସାମ୍ନାକୁ ଆସିଯାଇଥିଲା ।

Advertisment

ଜୀବନ ବଞ୍ଚାଇ ଦୁଇ ଜଣ ଦୌଡ଼ିବା ବେଳେ ବୁଦନ ସୌରା ଦନ୍ତା ହାବୁଡ଼ରେ ପଡ଼ିଥିଲେ । ବନ ବିଭାଗକୁ ଏନେଇ ଗାଁଲୋକ ଜଣାଇବା ପରେ ରାତି ତମାମ ଖୋଜାଖୋଜି ପରେ ବୁଦନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହାତୀ ଏହି ଅଞ୍ଚଳରେ ପୂର୍ବରୁ କେହି ଦେଖି ନଥିବାରୁ ହାତୀ ଆତଙ୍କରେ ଜଣଙ୍କ ମୃତ୍ୟୁ ହେବା ଖବର ପାଇ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ହାତୀକୁ ଘଉଡ଼ାଇବା ପାଇଁ ବନବିଭାଗକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।