କନକ ବ୍ୟୁରୋ: ମଂଚାରୁ ଚାଷ ଜଗିଛିଚାଷୀ । ହାତୀପଲ କବଳରୁ ଫସଲ ରକ୍ଷା କରିବା ପାଇଁ ଗଛ ଉପରେ ମଂଚା କରି ଜଗଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କମଳପୁର ଗାଁର ଚାଷୀ । ପାଗ ଅନୁକୂଳ କାରଣରୁ ଧାନ ଚାଷ ଭଲ ହୋଇଛି । ଚଳିତବର୍ଷ ଧାନରୁ ଚାଷୀ ଦିପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ଏବେ ସେ ଆଶା ମଉଳି ଯିବାକୁ ବସିଛି । ଗାଁରେ ଗତ କିଛି ମାସ ହେବ ହାତୀ ଉପଦ୍ରବ କାରଣରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । କେବଳ କମଳପୁର ନୁହେଁ, ନିକଟରେ ଥିବା ହାତୀଦରି ଓ କନକନା ଗାଁରେ ମଧ୍ୟ ସମାନ ଅବସ୍ଥା । ହାତୀପଲ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ, ଗାଁ ମୁହାଁ ହାତୀପଲ । ଖୁଂଟୁଣୀ ରେଂଜ ଗୁରୁଡିଝାଟିଆ ପଂଚାୟତକୁ ଲାଗିଥିବା ଶଂଖପୋଇ ରିଜର୍ଭ ଫରେଷ୍ଟରୁ ବାହାରି ହାତୀପଲ ଗାଁ ମୁହାଁ ହୋଇଛନ୍ତି । ଏହି ହାତୀପଲରେ ଥିବା ୨୦ରୁ ଅଧିକ ହାତୀ କିଛି ଦିନ ହେବ ଏହି ଅଂଚଳରେ ଆତଙ୍କ ମଚାଇଛନ୍ତି । ସ୍ଥାନୀୟ ଅଂଚଳରେ ଫସଲ ନଷ୍ଟ କରିଛନ୍ତି ହାତୀପଲ । ବନ କର୍ମଚାରୀ ହାତୀ ଘଉଡାଇବାରେ ଲାଗିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ତେବେ ହାତୀପଲର ଉତ୍ପାତ ଦେଖି ସ୍ଥାନୀୟ ଲୋକେ ମଧ୍ୟ ବିପଦପୂର୍ଣ୍ଣ ଭାବରେ ହାତୀ ଘଉଡାଇବାରେ ଲାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-28-at-8.19.54-AM.png)