କନକ ବ୍ୟୁରୋ : ସହର ଭିତରେ ଦନ୍ତା । ପାଇକମାଲ ସହରର ମୁଖ୍ୟ ରାସ୍ତାରେ ବୁଲୁଛି ଦନ୍ତା ହାତୀ । ଏଥିପାଇଁ ପଦ୍ମପୁର ପାଇକମାଲ ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ଦେଖିବାକୁ ମିଳିଛି । ପାଇକମାଲ ଅଞ୍ଚଳରେ ଗତକାଲି ସଂଧ୍ୟା ସମୟରୁ ଦନ୍ତାହାତୀ ଆତଙ୍କ ଖେଳାଇଛି । ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରିପାରୁନାହାନ୍ତି । ପାଇକମାଲ ସହରର ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ହାତୀ ବୁଲୁଥିବାରୁ ଆକ୍ରମଣ ଭୟରେ ରାସ୍ତାଘାଟ ସୁନସାନ ଥିବା ଦେଖିବାକୁ ମିଳିଛି । ହାତୀଟି ନୂଆପଡ଼ା ଅଞ୍ଚଳରୁ ପାଇକମାଲ ଅଞ୍ଚଳକୁ ପଶିଆସିଥିବା କୁହାଯାଉଛି ।

Advertisment

ସେହିପରି ସୁନ୍ଦରଗଡ଼ ବିରମିତ୍ରପୁର ସହର ଭିତରେ ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତାହାତୀ । ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଜଙ୍ଗଲି ଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି ।