କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାନପୁର ଅଂଚଳରେ ହାତୀ ଉପଦ୍ରବ । ଲୋକେ ଭୟଭିତ ହୋଇପଡିଛନ୍ତି । କିଛିମାସ ହେଲା ବାଲେଶ୍ୱର ଏବଂ ମୟୁରଭଞ୍ଜ ସିମାନ୍ତରେ ୭୦ ଟିକିଆ ହାତୀପଲ ଡେରା ପକାଇଛନ୍ତି । ଆଜି ରବିବାର ସକାଳେ କାନପୁର ଅଂଚଳରେ ଏହି ହାତୀ ପଲ ଆସି କାନପୁର ପୋଖରୀରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ହାତୀପଲ ଦେଖି ସ୍ଥାନୀୟ ଅଂଚଳର ଲୋକେ ଭୟଭିତ ହୋଇ ପଡିଛନ୍ତି । ହାତୀପଲ ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ଚାଷ କ୍ଷତିକରିବା ସହିତ ଘର ଭାଙ୍ଗି ଲୋକଙ୍କୁ ଆକ୍ରମଣ କରୁଥିବା ଭଳି ଘଟଣା ବାରମ୍ବାର ଘଟୁଛି । ତେବେ ବନ ବିଭାଗ ଏହି ହାତୀ ଘଉଡାଇକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।