ହାତୀ ଘଉଡେଇବାକୁ ଯାଇ ଜଙ୍ଗଲରେ ନିଆଁ : ଆତଙ୍କ ଖେଳାଇଥିଲେ ୧୭ ଟିକିଆ ହାତୀପଲ

142

କନକ ବ୍ୟୁରୋ : ହାତୀ ଘଉଡାଇା ପାଇଁ ଜଙ୍ଗଲରେ ନିଆଁ ଲଗାଇଦେଲେ ସ୍ଥାନୀୟ ବାସିନ୍ଦା । ଏମିତି ଘଟଣା ଘଟିଛି କରଞ୍ଜିଆ ବନଖଣ୍ଡର ଘୋରମାବେଡା ଜଙ୍ଗଲରେ । ଜଙ୍ଗଲରେ ହାତୀ ଥିବାରୁ ତାଙ୍କୁ ଘଉଡାଇବାକୁ ଏପରି ଅଭିନବ ପ୍ରୟାସ କରିଛନ୍ତି ଗ୍ରାମବାସୀ । ନିଆଁ ଡରରେ ୧୭ ଟିକିଆ ହାତୀପଲ କେନ୍ଦୁଝର ବନଖଣ୍ଡକୁ ଚାଲିଯାଇଥିବା ଜଣାପଡିଛି । ତେବେ ଘୋରମାବେଡା ଜଙ୍ଗଲରେ ହାତୀପଲ ରହିବା ସହ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଥିଲେ । ତେବେ ଲୋକଙ୍କ ଏପରି କାର୍ଯ୍ୟକୁ ବନ ବିଭାଗ ନିନ୍ଦା କରିଛି ।