କନକ ବ୍ୟୁରୋ : ଜଙ୍ଗଲ ଛାଡି ଗାଁରେ ଆତଙ୍କ ଖେଳାଉଛି ଦନ୍ତାହାତୀ । ହାତୀ-ମଣିଷ ଲଢେଇରେ ମଣିଷ ଓ ମଇଁଷିର ମୃତ୍ୟୁ ପରେ ତାତି ଉଠିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ବନ୍ତଳା-ସାତକୋଶିଆ ରାସ୍ତା ଅବରୋଧ କରିଛନ୍ତି । ଗତକାଲି ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ଆଜି ମଇଁଷି ଗୋଠରେ ପଶି ମଇଁଷି ମାରିଦେଇଛି । ବନ୍ତଳା ବନାଂଚଳ ମଧୁପୁର ଗାଁରେ ସାରା ରାତି ଉପଦ୍ରବ କରିଥିବା ହାତୀ ସକାଳୁ ପୋଖରିରେ ବୁଡ ପକାଉଥିବା ଦେଖିବାକୁ ମିଳିଛି ।

Advertisment

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପୋଖରିରେ ବୁଡ ପକାଉଥିବା ଏହି ଦନ୍ତା ହାତୀ ବେଶ କିଛି ଦିନ ହେବ ମଧୁପୁର ଗାଁରେ ଆତଙ୍କ ଖେଳାଇଛି । ଜଙ୍ଗଲ ଛାଡି ଗାଁରେ ପଶି ଧାନ ଚାଉଳ ଖାଇବା ସହ ଧନଜୀବନ ନଷ୍ଟ କରୁଛି । ଏହାକୁ ନେଇ ଗ୍ରମବାସୀ କ୍ଷୋଭ ପ୍ରକଶା କରିବା ସହ ବନ୍ତଳା-କରତପଟା ରାସ୍ତା ଅବରୋଧ କରିଛନ୍ତି ।

ନିଆଁ ହୁଳା ଧରି ହାତୀ ପଲଙ୍କୁ ଘଉଡାଇବାକୁ ଆସିଛନ୍ତି ଗ୍ରାମବାସୀ । ଏହାକୁ ବିରୋଧ କରୁଛି ବନ ବିଭାଗ ଓ ହାତୀସ୍ୱାର୍ଡ । ଏହାପରେ ଅନ୍ଧାର ରାତିରେ ବନ କର୍ମଚାରୀ ଓ ଗ୍ରାମବାସୀ ଧସ୍ତଧାସ୍ତି ହୋଇଛନ୍ତି । ମୟୂରଭଂଜ ପଟୁ ହାତୀ ପଲଙ୍କୁ ନିଆଁ ହୁଳା ଦେଖାଯାଉଥିବା ବେଳେ କେନ୍ଦୁଝର ସାହାରପଡା ବନପାଳ ବିରୋଧ କରିଥିଲେ । ଏହାକୁ ନେଇ ପାଟଣା ରେଂଜ କୁମୁଳା ବାହାଳୀ ନିକଟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ କେନ୍ଦୁଝର ପଟୁ ମୟୂରଭଂଜ ଆଡକୁ ଯାଉଥିବା ୨୨ଟିକିଆ ହାତୀପଲଙ୍କୁ ନିଆଁ ହୁଳା ଦେଖିଇ ରୋକିଥିଲେ ମୟୂରଭଂଜବାସୀ । ହାତୀ ସ୍ୱାର୍ଡ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷର ୨ ଜଣ ଆହତ ହୋଇଛନ୍ତି ।