କନକ ବ୍ୟୁରୋ: ମୃତ୍ୟୁ ସହ ସଂଘର୍ଷ କରୁଛି ଦନ୍ତାହାତୀ । ନରସିଂହପୁର ଓ ସାତକୋଶିଆରୁ ପଶୁ ଡାକ୍ତର କରୁଛନ୍ତି ଚିକିତ୍ସା । ଗୋଟିଏ କି ଦୁଇଟି ନୁହେଁ ହାତୀ ଦେହରେ ବାଜିଛି ୫ଟି ଗୁଳି । କିଛି ଦିନ ହେବ ଆହତ ଅବସ୍ଥାରେ ଇଆଡେ ସିଆଡେ ବୁଲିବା ପରେ ଏବେ ବନବିଭାଗ ଦନ୍ତାକୁ ଟ୍ରାକ୍ କରି ଆରମ୍ଭ କରିଛି ଚିକିତ୍ସା । ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳର ବାରାସିଂହା ସଂରକ୍ଷିତ ଜଙ୍ଗଲରେ ପୁଣି ଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ବିଭିନ୍ନ ସମୟରେ ହାତୀ ଶିକାର କରି ଦାନ୍ତ ଚୋରୀ କରିବା ପରେ ଏବେ ପୁଣି ଦନ୍ତାହାତୀକୁ ଗୁଳିମାଡ ଘଟଣା ସେହି ଅଞ୍ଚଳରେ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ ପ୍ରଶ୍ନ ଛିଡା କରିଛି । କିଛି ଦିନ ପୂର୍ବରୁ ନରସିଂହପୁର ଜଙ୍ଗଲରେ ଅନ୍ୟ ଏକ ଦନ୍ତାହାତୀକୁ ମଧ୍ୟ ଗୁଳିବିଦ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଣୀ ଚିକିତ୍ସକଙ୍କ ଉଦ୍ୟମ ସତ୍ତେ୍ୱ ହାତୀ କିନ୍ତୁ ପ୍ରାଣ ହରାଇଥିଲା । ପରେ ବନବିଭାଗ ୬ଜଣ ଶିକାରୀଙ୍କୁ ଗିରଫ କରିଥିଲା ।
ରାଜ୍ୟରେ ବଢୁଥିବା ହାତୀ ଶିକାରକୁ ନେଇ ସରକାର ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ । ହେଲେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । ହାତୀ ଶିକାର ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କଟକ ବଡ଼ମ୍ବା-ନରସିଂହପୁରରେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମିଳିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପୁଣି ସମ୍ବଲପୁରରେ ୨ଟି ହାତୀର କଙ୍କାଳ ଠାବ ହୋଇଥିଲା । ସମ୍ବଲପୁର ବନଖଣ୍ଡର ଧମା ରେଞ୍ଜର କୋଲଗାଁ ଓ ତବଲୋଇ ସଂରକ୍ଷିତ ଜଙ୍ଗଲରୁ ହାତୀର ୬ରୁ ୭ ଖଣ୍ଡ ବଡ଼ ବଡ଼ ହାଡ଼ ଜବତ ହେବା ଘଟଣା ବନବିଭାଗର ଭୂମିକାକୁ ସନ୍ଦେହ ଘେରକୁ ଆଣିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/07/edfew.jpg)