କନକ ବ୍ୟୁରୋ: ନୀଳଗିରି ଏନ୍.ଏ.ସି ବେତଶୁଳ ଗାଁରେ ହାତୀ ଆତଙ୍କ । କୁଲଡିଆ ଜଙ୍ଗଲ ମାଈ ହାତୀ ଆକ୍ରମଣରେ ଭାଙ୍ଗିଲା ଘର ଦ୍ୱାର । ଗଲକାଲି ରାତିରେ ଘରେ ମାଆ ଓ ତିନୋଟି ଛୁଆ ଶୋଇଥିବାବେଳେ ଘର ଉପରେ ହାତୀ ଆକ୍ରମଣ କରିଥିଲା । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିର୍ିଲେ ମା’ ଓ ଛୁଆ । ଘଟଣାରେ କେହି ମୃତାହତ ହୋଇନଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ନଷ୍ଟ ହେବାସହ ଧାନ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ବନ ବିଭାଗ ବିଟ୍ ହାଉସ୍ ନିକଟରେ ଘଟଣା ଘଟିଥିବାବେଳେ, ଘଟଣା ସ୍ଥଳରେ କିନ୍ତୁ ବନବିଭାଗ ଟିମ୍ ପହଁଚିନଥିବା ଅଭିଯୋଗ ହୋଇଛି । ଏପରିକି ବନବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା କେହି ଆସିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ନୀଳଗିରିରେ ହାତୀ ଆତଙ୍କ । ଘର ଭାଙ୍ଗି କରୁଛି ଆକ୍ରମଣ ।
/kanak/media/post_attachments/wp-content/uploads/2023/12/33-11.jpg)