କନକ ବ୍ୟୁରୋ: କେନ୍ଦୁଝର ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୩୮ ଟିକିଆ ହାତୀ ପଲ ଏହି ଅଂଚଳରେ ଏବେ ଡେରା ପକାଇଛନ୍ତି । ଆଉ ଜଙ୍ଗଲ ପାଖିଆ ଗାଁ ଗୁଡିକରେ ଏକର ଏକର ଧାନ ଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ହାତୀମାନେ ଯେପରି ଜନବସତି ମୁହାଁ ନହେବେ ଓ ଧନଜୀବନ ହାନି ନଘଟିବ ସେଥିପ୍ରତି ବନବିଭାଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ତେବେ ଗଲକାଲି ଠାରୁ ଏହି ହାତୀ ପଲ ପତଳା ଜଙ୍ଗଲ ନିକଟରେ ରହିଥିବାବେଳେ ୪ ଘଂଟା ଧରି ହାତୀପଲଙ୍କୁ ରଜିଆ - ପତଳା ଜଙ୍ଗଲ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ।
ହାତୀପଲ ପତଳା ଗାଁ ରାସ୍ତା ଉପରେ ରହିବା ଯୋଗୁଁ ଦୀର୍ଘ ସମୟ ଧରି ଯାତାୟତ ପ୍ରଭାବିତ ହୋଇଥିଲା । ଏହି ସମୟରେ ହାତୀ ଛୁଆ ରାସ୍ତା ଉପରେ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଥିଲା । ପରେ ଚମ୍ପୁଆ ଫରେଷ୍ଟର, ଫରେଷ୍ଟ ଗାର୍ଡ, ହାତୀ ସ୍କ୍ୱାର୍ଡର ସଦସ୍ୟ ଓ ଗାଁ ଗଜସାଥୀଙ୍କ ସହାୟତାରେ ହାତୀ ପଲଙ୍କୁ ଜଙ୍ଗଲ ଭିତରକୁ ଘଉଡାଇ ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/elephant9.jpg)