ଆସିକା ଧରାକୋଟ ଓ ସଡଙ୍ଗିପଲ୍ଲୀ ଅଞ୍ଚଳରେ ହାତୀ ଆତଙ୍କ । ଗାଁରେ ପଶି ଫସଲ ନଷ୍ଟ ସହ ଭାଙ୍ଗିଲେ ଘରଦ୍ୱାର । ଘଉଡାଇବାକୁ ବନବିଭାଗ ନୟାନ୍ତ ।

78

କନକ ବ୍ୟୁରୋ: ଆସିକା ରେଞ୍ଜର ଧରାକୋଟ ଓ ଷଡଙ୍ଗିପଲ୍ଲୀରେ ହାତୀ ଆତଙ୍କ । ୧୨ଟିକିଆ ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ତେବେ ହାତୀ ପ୍ରବେଶକୁ ରୋକିବା ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ କାଟ କରାଯାଉଛି । ସେପଟେ ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଆସିକା, ଧରାକୋଟ, ସେରଗଡ଼ ଓ ଷଡଙ୍ଗୀପଲି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଉଛି । ଅନ୍ୟପକ୍ଷରେ ହାତୀ ଯାଉଥିବା ରାସ୍ତାକୁ ନାକାବନ୍ଦୀ କରିବା ସହ ଲୋକଙ୍କୁ ଘରୁ ନ ବାହାରିକାକୁ କୁହାଯାଇଛି ।