ସମ୍ବଲପୁର ହାତୀବାରି ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ : ହାତୀପଲ ଟ୍ରାକ ପାରିହେବା ବେଳେ ମାଡିଗଲା ପୁରୀ-ସୁରଟ ଏକ୍ସପ୍ରେସ

ଇଂଜିନର ୬ ଚକ ଲାଇନଚ୍ୟୁତ ସତ୍ୱେ ବର୍ତିଗଲେ ଯାତ୍ରୀ; ରେଳ ଓ ବନବିଭାଗ ପକ୍ଷରୁ ତଦନ୍ତ

118

କନକ ବ୍ୟୁରୋ : ସମ୍ବଲପୁର ନିକଟ ହାତୀବାରି ଷ୍ଟେସନରୁ ଅଳ୍ପ ଦୂରରେ ପୁରୀ ସୁରଟ ସ୍ପେଶାଲ ଟ୍ରେନ ହାତୀକୁ ଧକ୍କା ଦେଇ ଧାରଣାରୁ ଖସିଗଲା ଇଂଜିନ । ଭବାନୀପାଲି ଗାଁ ନିକଟରେ ୧୫ ଜଣିଆ ହାତୀପଲ ଟ୍ରେନ ଟ୍ରାକ ପାରି ହେଉଥିବା ବେଳେ ଦନ୍ତା ହାତୀ ଉପରେ ମାଡି ଯାଇଥିଲା ପୁରୀ-ସୁରଟ ଏକ୍ସପ୍ରେସ । ଟ୍ରେନ ଧକ୍କାରେ ଦନ୍ତା ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଟ୍ରେନ ଧକ୍କାରେ ଦନ୍ତା ଖଣ୍ଡ ଖଣ୍ଡ ହୋଇଯାଇଥିବା ବେଳେ ଟ୍ରେନ ଇଂଜିନର ୬ଟି ଚକ ଲାଇନଚ୍ୟୁତ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ରେଳ ଓ ବନ ବିଭାଗ ଅଧିକାରୀ ।

ଅନ୍ୟପଟେ ରେଳ ଧାରଣାରୁ ଖସି ଯାଇଥିବା ଇଂଜିନକୁ ଧାରଣା ଉପରେ ଉଠାଇବା ପାଇ ରେଲବାଇ ବିଭାଗର ଉଦ୍ୟମ ଜାରି । ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଟ୍ରେନ ଇଂଜିନ, ଡ୍ରାଇଭର ଓ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଡିଆରଏମ ଓ ସମ୍ବଲପୁର ରେଳ ବିଭାଗର ଅଧିକାରୀମାନେ ରହିଛନ୍ତି । ଏପଟେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଭୁବନେଶ୍ୱର- ସମ୍ବଲପୁର ରେଳ ପଥରେ ଟ୍ରେନ ଯାତାୟତ ଠପ ହୋଇପଡିଛି । ଟ୍ରାକରୁ ଖସି ପଡିଥିବା ଇଂଜିନକୁ ହଟାଇବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।