ଗୋଡିବାରି ଫେରିଲା ଯଶୋଦା ! ଅପରେସନ ସୁନ୍ଦରୀ ପରେ ଘରବାହୁଡ଼ା ।

Advertisment

ସାତକୋଶିଆ ଅଭୟାରଣ୍ୟରେ ପ୍ରାୟ ୨ ମାସ ପର‌୍ୟ୍ୟନ୍ତ ଆତଙ୍କରାଜ ସୃଷ୍ଟି କରିଥିବା ମଧ୍ୟପ୍ରଦେଶର ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଏବଂ ସେଠାରେ ଜଣେ ମଣିଷକୁ ମାରିବା ପରେ କୁମକି ହାତୀ ‘ଯଶୋଦା’ ଭୁବନେଶ୍ୱରର ଚନ୍ଦକା ଅଭୟାରଣ୍ୟକୁ ଫେରୁଛି। ସୂଚନା ଅନୁସାରେ ନନ୍ଦନକାନନର ଏକ ଟିମ୍ ଯଶୋଦାକୁ ଟ୍ରକରେ ଲୋଡ କରିଛନ୍ତି। ଯଶୋଦା ରବିବାର ସୁଦ୍ଧା ଚନ୍ଦକାକୁ ଫେରିବ।

ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବଢ଼ାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶରୁ ବାଘୁଣୀକୁ ଅଣାଯାଇଥିଲା। ମାତ୍ର ବାଘୁଣୀ ଏଠାରେ ମଣିଷ ଓ ପଶୁମାନଙ୍କୁ ମାରିବା ତଥା ଆକ୍ରମଣ କରିବା ପରେ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ପରେ ସରକାର ଚିନ୍ତାରେ ପଡ଼ି ଯାଇଥିଲେ। ବାଘୁଣୀକୁ ଧରିବା ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସେହିଭଳି ମଧ୍ୟପ୍ରଦେଶରୁ ଏକ ସ୍ୱତନ୍ତ୍ର ଟିମ୍ ଆସି ମଧ୍ୟ ବାଘୁଣୀକୁ ଧରିପାରି ନଥିଲେ। ଶେଷରେ କୁମକି ହାତୀର ସହାୟତା ନିଆଯାଇଥିଲା।

ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ଦେଶ୍ୟରେ ଚନ୍ଦକାରୁ ଯଶୋଦା ଚଳିତ ମାସ ୨ ତାରିଖରେ ସାତକୋଶିଆ ଯାଇଥିଲା। ଟ୍ରାଙ୍କୁଲାଇଜ୍ କରିବା ଅଭିଯାନରେ ଯଶୋଦାକୁ ନଭେମ୍ବରରେ ସାମିଲ କରାଯାଇଥିଲା। ପ୍ରଥମ ଦିନ ବିଫଳ ହେବା ପରେ ବାଘୁଣୀ ନଭେମ୍ବର ୬ରେ ଟ୍ରାଙ୍କୁଲାଇଜ ହୋଇଥିଲା। ଏହି ଘଟଣାର ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୮ରେ ଯଶୋଦାକୁ ପୁରୁଣାକୋଟ ରେଞ୍ଜ ନିକଟରେ ବନ୍ଧା ଯାଇଥିବା ବେଳେ ଜଣେ ଲୋକଙ୍କୁ ଦଳି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe