ଜଙ୍ଗଲ ଜଗିଛନ୍ତି ଜଙ୍ଗଲୀ ହାତୀ: ପଢନ୍ତୁ ଏହା ପଛର କାରଣ…

121

କନକ ବ୍ୟୁରୋ: ୩ଟି ହାତୀ ଶାବକ, ସେମାନଙ୍କ ଚାରିପଟେ ଘେରି ରହିଛନ୍ତି ହାତୀପଲ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜ ଯାମୁଦଲକ ଜଙ୍ଗଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ହାତୀ ଛୁଆକୁ ସୁରକ୍ଷା ଦେବା ପାଇଁ ସଜାଗ ରହିଛନ୍ତି ୨୫ ଟିକିଆ ହାତୀପଲ । ଜଙ୍ଗଲରେ ହାତୀ ଶାବକ ଥିବା ଖବର ପାଇ ସ୍ଥାନୀୟ ଲୋକେ ଜଙ୍ଗଲ ମୁହାଁ ହୋଇଥିଲେ । ହେଲେ ହାତୀପଲକୁ ଦେଖି ଲୋକେ ଫେରିଆସିଥିଲେ ।

ଜଙ୍ଗଲକୁ ଚାରିପଟୁ ଘେରି ରହିଛନ୍ତି ହାତୀପଲ । କେହି ଯେମିତି ଜଙ୍ଗଲ ଭିତରକୁ ପ୍ରବେଶ କରି ନପାରନ୍ତି, ସେଥିପାଇଁ ସଜାଗ ଅଛନ୍ତି ୨୫ ଟିକିଆ ହାତୀପଲ । କାରଣ ସେମାନଙ୍କ ଦଳରେ ସାମିଲ ହେବେ ନୂଆ ଅତିଥି । ଜଙ୍ଗଲକୁ ଆସିବେ ହାତୀ ଶାବକ । ଏ ଦୃଶ୍ୟ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜ ଯାମୁଦଲକ ଜଙ୍ଗଲରୁ ।

ଯାମୁଦଲକ ଜଙ୍ଗଲରେ ରହୁଥିବା ହାତୀପଲଙ୍କ ସଂଖ୍ୟା ବଢିଛି । ଏକ ହାତୀ ୩ଟି ଶାବକ ଜନ୍ମ ଦେଇଛି । ଜଙ୍ଗଲରେ ହାତୀ ଶାବକ ଥିବା ଖବର ପାଇ ସ୍ଥାନୀୟ ଲୋକେ ଜଙ୍ଗଲ ମୁହାଁ ହୋଇଥିଲେ । ହେଲେ ହାତୀପଲ ଜଙ୍ଗଲକୁ ଚାରିପଟୁ ଘେରି ରହିଥିବା ଦେଖି ଲୋକେ ଫେରିଆସିଥିଲେ । ହାତୀର ସୁରକ୍ଷିତ ପ୍ରସବ ପାଇଁ ବନକର୍ମଚାରୀମାନେ ମଧ୍ୟ ସୁରକ୍ଷା ଦେଇଥିଲେ । ଲୋକଙ୍କ ଭିଡ ହେଲେ ମା’ ହାତୀ ବିଚଳିତ ହୋଇଯିବ । ଯାହା ଉଭୟ ମାଆ ଓ ହାତୀ ଛୁଆଙ୍କୁ କ୍ଷତି ପଂହଚିବ । ଏହି ଆଶଙ୍କାରେ ବନ କର୍ମଚାରୀ ସାରା ଦିନ ଜଙ୍ଗଲରେ ଜଗି ରହିଥିଲେ ।