କରଞ୍ଜିଆ ଓ ଚୌଦ୍ୱାରରେ ହାତୀ ଆତଙ୍କ । ମାସ ଭିତରେ ଭାଙ୍ଗିଲାଣି ୫୦ରୁ ଅଧିକ ଘର, ଗାଁ ମୁଣ୍ଡ ଧାନବିଲରେ ଡେରା ପକାଇଛନ୍ତି ୨୨ଟି ହାତୀ

193

କନକ ବ୍ୟୁରୋ : କରଂଜିଆରେ ହାତୀ ଆତଙ୍କ । ଧାନ ବିଲରେ  ଓ ଗାଁରେ ପଶୁଛି ହାତୀ । କି ଦିନ କି ରାତି , ହାତୀ ଆତଙ୍କରେ ଲୋକେ ପୁରା ପେଶି ହୋଇ ଗଲେଣି । କଂରଜିଆରେ ୨୨ ଟି ହାତୀ ପ୍ରାୟ ମାସେ ଧରି ଏମିତି ଆତଙ୍କରାଜ ଚଳେଇଛନ୍ତି । ଏହା ମଧ୍ୟରେ ପ୍ରାୟ ୫୫ଟି ଘର ଭାଙ୍ଗି ସାରିଲାଣି ହାତୀ ପଲ । ହେକ୍ଟର ହେକ୍ଟର ଜମିର ଫସଲ ବି ନଷ୍ଟ କରି ସାରିଲେଣି । ଗାଁ ମୁଣ୍ଡ ଧାନ ବିଲ ରେ କହିବାକୁ ଗଲେ ହାତୀ ଡେରା ପକାଇ ରହୁଛନ୍ତି । ଫସଲ ଖାଉଛନ୍ତି ଯେତିକି, ଦଳି ମକଚି ତା ଠାରୁ ନଷ୍ଟ କରୁଛନ୍ତି ତା ଠାରୁ ଦୁଇ ଗୁଣ ।

elephant fearଘରେ ପଶି ଧାନଚାଉଳ ଖାଇବା ସହ ଘର ଭାଙ୍ଗୁ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ରାତିରେ ଅନ୍ଧାର ଯୋଡି ଗାଁରେ ପଶି ହାତୀ ପଲ ୬ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ବନବିଭାଗ ହାତୀଙ୍କୁ ଘଉଡାଇବାରେ ଫେଲ୍ ମାରିଛି । ପ୍ରତିବାଦରେ ଲୋକେ ରାସ୍ତା ରୋକ୍ କୁ ଓହ୍ଲାଇଥିଲେ । ହାତୀ ପଲ ବଳା ଜଙ୍ଗଲ ନିକଟରେ ରହୁଥିବାରୁ ଲୋକେ ରାସ୍ତାରେ ଯାତାୟତ ପାଇଁ ଭୟଭୀତ ଅବସ୍ଥାରେ ରହୁଛନ୍ତି ।