ଚମ୍ପୁଆରେ ହାତୀ ଆତଙ୍କ । ଗାଁ ଭିତରେ ପଶୁଛନ୍ତି , ଫସଲ ନଷ୍ଟ କରୁଛନ୍ତି

110

କନକ ବ୍ୟୁରୋ : କେନ୍ଦୁଝର ଚମ୍ପୁଆ ରେଂଜ ଅଂଚଳରେ ହାତୀପଲଙ୍କ ଆତଙ୍କ । ଡେରା ପକାଇଛନ୍ତି ୨୨ ଟିକିଆ ହାତୀପଲ । ୧୦ରୁ ଅଧିକ ଗାଁରେ ଏହି ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ସୂଚନା ଅନୁସାରେ ଏହି ହାତୀପଲ ବର୍ଧନା ସଂରକ୍ଷିତ ଜଙ୍ଗଲରୁ କାଟୁଳିକନା ଗାଁ ଦେଇ ଅରଡେଇ ନଦୀ ପାର ହେବା ପରେ ଆଂବ ବଗିଚାରେ ଥିଲେ ।

ତେବେ ଏହି ହାତୀ ପଲ ପୁଣି ଥରେ ନଦୀ ପାର ହୋଇ ଶଶାଙ୍ଗ ଗାଁ ଦେଇ ବର୍ତମାନ ଟୁଣଟୁଣି, ଜୟନ୍ତିନାପୁର, ମହେଶ୍ୱରପୁର, କଇଁତା ଓ ଇନ୍ଦ୍ରପ୍ରସ୍ଥ ଗାଁ ଅଂଚଳରେ ଡେରା ପକାଇଛନ୍ତି । ହାତୀ ପଲରେ ରହିଛନ୍ତି ୬ଟି ପୁରୁଷ, ୯ଟି ମାଈ ଏବଂ ୭ଟି ଛୁଆ ହାତୀ । ହାତୀପଲ ଏବେ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲ ଅଂଚଳରେ ରହିଛନ୍ତି । ହାତୀ ପଲ ଡେରା ପକାଇବା ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।