କନକ ବ୍ୟୁରୋ: ହାତୀ ଘଉଡ଼ାଇବା ପାଇଁ ରାତି ଅନିଦ୍ରା ହେଲେ ଗ୍ରାମବାସୀ । ଏପରି ଘଟଣା ଗଂଜାମ ଘୁ ଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତ କୁରୁମିଙ୍ଗିଆ ନିକଟ ରାଇପଦା ଗାଁରେ ଦେଖିବାକୁ ମିଳିଛି । ହାତୀପଲ ଗତ କିଛି ଦିନ ହେବ ଗାଁର ବିଭିନ୍ନ ସ୍ଥାନରେ ପଶି ଉତ୍ପାତ ହେଉଥିବାବେଳେ ବିଭିନ୍ନ ଫସଲ ନଷ୍ଟ କରିଦେଇଛନ୍ତି । କୁରୁମୁଙ୍ଗିଆ ନିବାସୀ ନିକୁନ୍ତ ପ୍ରଧାନଙ୍କ ବହୁ କଦଳୀ ଗଛ ,ଆମ୍ବ ଗଛ ଓ ଗୋଟିଏ ଘରର କାନ୍ଥ ଭାଙ୍ଗି ଦେଇଛନ୍ତି । ଏହା ସହ ଗାଁର ଅନ୍ୟ ଲୋକଙ୍କ ବ୍ୟାପକ ଫସଲ, କୁଡ଼ିଆ ଆଦି ନଷ୍ଟ କରିଛନ୍ତି ହାତୀ ପଲ ।

Advertisment

ତେବେ ବନ ବିଭାଗ ହାତୀ ଘୋଡ଼ାଇବାରେ ସଫଳ ହୋଇନଥିବାବେଳେ ଗ୍ରାମବାସୀ ହାତୀଙ୍କୁ ଘଉଡ଼ାଇବାପାଇଁ ଲାଗିପଡ଼ିଛନ୍ତି । ଗ୍ରାମବାସୀ ରାତି ଅନିଦ୍ରା ହୋଇ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବାବେଳେ ହାତୀଙ୍କ ଉପରେ ପ୍ରଭାବ ପଡ଼ୁ ନାହିଁ । ମୋଟ ୧୭ଟି ହାତୀ ଆସିଥିବା ସ୍ଥାନୀୟ ବନବିଭାଗ କହିଥିବାବେଳେ ସେଥିମଧ୍ୟରୁ ୪ଟି ଅଣ୍ଡିରା ହାତୀ, ୮ଟି ମାଈ ହାତୀ ଓ ୫ଟି ଛୁଆ ହାତୀ ବୁଲୁଥିବା ସୂଚନା ମିଳିିିଛି । ଅନ୍ୟପଟେ ଆଜି ସକାଳ ସମୟରେ ୩ଟି ହାତୀ ଦେଖିଥିବା ପ୍ରକାଶ କରିଛନ୍ତି ।