କନକ ବ୍ୟୁରୋ : ବଣାଇ ରେଞ୍ଜ ଏବଂ କୁଳିପୋଷ ରେଞ୍ଜର ତିନୋଟି ଗାଁରେ ଦନ୍ତା ହାତୀର ଉପଦ୍ରବ । ତିନୋଟି ଗାଁର ୬ ଜଣଙ୍କ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ବଣାଇ ରେଞ୍ଜର ପାଣ୍ଡୁରିସିଲା, ଜମକେଇ ଏବଂ କୁଳିପୋଷ ରେଞ୍ଜର ତେଲକୁଦ ଗାଁର ଘର ଓ ଛପର ଭାଙ୍ଗିଛି ହାତୀ ।
ଏପରିକି ଘରର କାନ୍ଥ ଭାଙ୍ଗିଦେଇ ହାତୀ ରଖିଥିବା ଧାନକୁ ଖାଇଯାଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ । ସେପଟେ ଦନ୍ତାକୁ ଘୋଉଡାଇବା ପାଇଁ ବନ ବିଭାଗ ଏବଂ ଗ୍ରାମବାସୀ ମିଳିତ ଉଦ୍ୟମ କରୁଛନ୍ତି । ତେବେ ଦନ୍ତା ଯେଉଁମାନଙ୍କ ଘର ଭାଙ୍ଗିଛି ତାର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
ତିନୋଟି ଗାଁର ୬ ଜଣଙ୍କ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ବଣାଇ ରେଞ୍ଜର ପାଣ୍ଡୁରିସିଲା, ଜମକେଇ ଏବଂ କୁଳିପୋଷ ରେଞ୍ଜର ତେଲକୁଦ ଗାଁର ଘର ଓ ଛପର ଭାଙ୍ଗିଛି ହାତୀ ।