ଅସୁରକ୍ଷିତ ଗଜରାଜ: ବିଧାନସଭାରେ ତଥ୍ୟ ରଖିଲେ ବିଭାଗୀୟ ମନ୍ତ୍ରୀ; ରାଜ୍ୟରେ ଅଛନ୍ତି ମୋଟ ୧୯୭୬ଟି ହାତୀ, ବିଗତ ୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ

Advertisment
ଅସୁରକ୍ଷିତ ଗଜରାଜ: ବିଧାନସଭାରେ ତଥ୍ୟ ରଖିଲେ ବିଭାଗୀୟ ମନ୍ତ୍ରୀ; ରାଜ୍ୟରେ ଅଛନ୍ତି ମୋଟ ୧୯୭୬ଟି ହାତୀ, ବିଗତ ୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ

କନକ ବ୍ୟୁରୋ: ବିପଦରେ ଗଜରାଜ । ଗତ ୩ ବର୍ଷ ଭିତରେ ରାଜ୍ୟରେ ମଲେଣି ୨୪୬ଟି ହାତୀ । ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଜି ଗୃହକାର୍ଯ୍ୟ ତାଲିଥିବା ବେଳେ ରାଜ୍ୟରେ ହାତୀ ସଂଖ୍ୟା କେତେ ରହିଛି, ବିଗତ ୩ ବର୍ଷ ମଧ୍ୟରେ କେତେ ହାତୀଙ୍କର ମୃତ୍ୟୁ ହୋଇଛି ଏବଂ ସେମାନଙ୍କର ସୁରକ୍ଷ ପାଇଁ ସରକାରଙ୍କ ତରଫରୁୁ କି ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀକୁ ପ୍ରଶ୍ନ କରିଥିଲେ ବଲାଙ୍ଗୀର ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଯାହାର ଉତର ରଖିଥିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ତେବେ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟର ବର୍ତ୍ତମାନ ବିଭିନ୍ନ ବନଖଣ୍ଡରେ ମୋଟ ୧୯ହଜାର ୭୬ଟି ହାତୀ ରହିଛନ୍ତି । ତେବେ ୨୦୧୭ହାତୀଗଣନା ଅନୁଯାୟୀ , ସାତକୋଶିଆରେ ୧୪୭, ଶିମିଳିପାଳରେ ୩୩୦, ଆଠଗଡରେ ୧୧୫ , ଏବଂ ଢେଙ୍କାନାଳରେ ୧୬୯ଟି ହାତୀ ଅଛନ୍ତି । ସେହିଭଳି ହାତୀମାନଙ୍କର ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି । ତେବେ ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ହାତୀ ମୃତ୍ୟୁରେ ପାଇଁ କୌଣସି ଜଙ୍ଗଲ ବିଭାଗର ଅଧିକାରୀଙ୍କର ସଂପୃକ୍ତି ନାହିଁ ବୋଲି ବିଧାନସଭାରେ ତଥ୍ୟ ରହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେହିଭଳି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଫରେଷ୍ଟ ରେଂଜରେ ହାତୀମୃତ୍ୟୁ ସହ ଜଙ୍ଗଲଜାତ ଦ୍ରବ୍ୟର ଚୋରି ଓ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିବା ସହ ହାତୀ ମୃତ୍ୟୁରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ତେବେ ବିଧାୟକଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ, ଲୋଇସିଂହା ବନାଂଚଳରେ ହାତୀମୃତ୍ୟୁ ସହ ଜଙ୍ଗଲଜାତ ଦ୍ରବ୍ୟ ଚୋରି ସମ୍ବନ୍ଧୀୟ ତଥ୍ୟ ଗଣମାଧ୍ୟମ ଜରିଆରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ହସ୍ତଗତ ହେବା ସହ ଏହାର ବିଧିବଦ୍ଧ ତଦନ୍ତ କାର୍ଯ୍ୟ ବଲାଙ୍ଗୀର ବନଖଣ୍ଡର ସହକାରୀ ବନସଂରକ୍ଷକ କରୁଛନ୍ତି ।

ଅନ୍ୟପଟେ ବଲାଙ୍ଗୀରର ଛେଲିଆ ଜଙ୍ଗଲରେ ଠାବ ହୋଇଥିବା ଦନ୍ତା ହାତୀର ମୃତ୍ୟୁମନୁଷ୍ୟକୃତ ଥିଲା ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏବଂ ଘଟଣା ପାଇଁ ସ୍ଥାନୀୟ ବନରକ୍ଷୀ ଏବଂ ବନପାଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ବନାଂଚଳ ଅଧିକାରୀଙ୍କ ବିରୋଧରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe