କନକ ବ୍ୟୁରୋ: ଚନ୍ଦକା ଯିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଲିଅଳି ହାତୀ ମାମା । ନନ୍ଦନକାନରରେ ପର୍ଯ୍ୟଟକଙ୍କ ମନ ମୋହୁଥିବା ମାମା ଏବେ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ତୁଲାଇବ । ଚନ୍ଦକା ଅଭୟାରଣ୍ୟ ଗୋଡିବାରିରେ ରହି ଜଙ୍ଗଲ ଜଗୁଆଳ ପ୍ରଶିକ୍ଷଣ ନେବ ହାତୀ ମାମା । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ଦିନେ, ଦୁଇ ଦିନ ଭିତରେ ମାମା ନନ୍ଦନକାନନ ଛାଡିବ ବୋଲି ସୂଚନା ମିଳିଛି ।
୨୦୧୭ରେ ମାମା ଚନ୍ଦକା ଅଭୟାରଣ୍ୟକୁ ଲାଗି ଥିବା ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ଜନ୍ମ ହୋଇଥିଲା । ମାତ୍ର ୫ ମାସର ହୋଇଥିବାବେଳେ ନିଜ ହାତୀ ପଲରୁ ଅଲଗା ହୋଇ ପଡିଥିଲା ମାମା । ବନ କର୍ମଚାରୀ ମାମାକୁ ଉଦ୍ଧାର କରି ତା ମାଆ ପାଖକୁ ଛାଡିବାକୁ ଚେଷ୍ଟା କରିଥିଲେ ବି ମା କୋଳେଇ ନେଇ ନଥିଲେ । ପରେ ମାମାର ଲାଳନ ପାଳନ ଦାୟିତ୍ୱ ନନ୍ଦନକାନନ ବନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ୨୦୧୭ ନଭେମ୍ବର ୩ରୁ ନନ୍ଦନକାନନରେ ଥିବା ମାମା ଏବେ ପୁଣିଥରେ ନିଜ ଜନ୍ମସ୍ଥାନକୁ ଫେରିବାକୁ ଯାଉଛି । ମାମା ଏବେ ନନ୍ଦନକାନନର ହାତୀ ସଫାରି ହାତୀଶାଳରେ ବୟସ୍କା ହାତୀ ହୀରା ଓ ବାସନ୍ତି ପାଖରେ ରହୁଛି । ୬ ବର୍ଷର ମାମା ଏବେ ପ୍ରଶିକ୍ଷଣ ନେବାର ଉଚିତ ବୟସରେ ଥିବାରୁ ତାକୁ ଚନ୍ଦକା ନେବାକୁ ସ୍ଥିର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/mama.jpg)