ଝାରସୁଗୁଡା : ମା’ ଓ ଛୁଆକୁ ଦଳିଦେଲା ଦନ୍ତାହାତୀ । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ମା ଓ ୮ ଦିନର ଶିଶୁ । ଏଭଳି ଅଘଟଣ ଘଟିଛି ଝାରସୁଗୁଡା ଜିଲ୍ଲା କିରିମିଲା ବ୍ଲକର କାଦୋବାହଲ ଗାଁରେ । ବାରମ୍ବାର ଜନବସତି ଆଡକୁ ମାଡି ଆସୁଛନ୍ତି ହାତୀପଲ । ଏନେଇ ବନ ବିଭାଗକୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ତାତି ଉଠିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । ଡିଏଫଓଙ୍କୁ ଘେରାଉ କରିଛନ୍ତି ଉତ୍ୟକ୍ତ ଲୋକେ ।
ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ : ପ୍ରାଣ ହରାଇଛନ୍ତି ମା ଓ ୮ ଦିନର ଶିଶୁ
/kanak/media/post_attachments/wp-content/uploads/2016/07/vlcsnap-2016-07-23-12h23m43s524.png)