ରାଉରକେଲାରୁ ଆସିଲା ଦୁଃଖଦ ଖବର । ପାର୍ସଲ ଭ୍ୟାନ ଧକ୍କାରେ ଦୁଇ ହାତୀ ମୃତ, ୨ ବଗି ବି ଲାଇନଚ୍ୟୁତ

୧୨ରୁ ୧୪ ହାତୀ ପଲ ଟ୍ରେନ ଲାଇନରେ ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ...

121

ଟ୍ରେନ ଧକ୍କାରେ ୨ ହାତୀ ମୃତ । ରାଉରକେଲା ମୁମ୍ବାଇ ମୁଖ୍ୟ ରେଳ ପଥର ବିଶ୍ରା ଫରେଷ୍ଟ ରେଂଚ ଅନ୍ତର୍ଗତ ମହିପାଣି ଲେବୁଲ କସିଂରେ ଘଟିଛି ଏହି ଘଟଣା । ୧୨ରୁ ୧୪ ହାତୀ ପଲ ଟ୍ରେନ ଲାଇନରେ ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ହାତୀକୁ ଧକ୍କା ଦେଇଥିଲା । ଦୁଇଟି ମାଇ ହାତୀ ଘଟଣା ସ୍ଥଳରେ ମୃତ । ବନ୍ଧମୁଣ୍ଡା ଏୟାର ଏମ୍, ଅନ୍ୟ ପଦାଧିକାରୀମାନେ ଘଟଣା ସ୍ଥଳରେ ପହଂଚିଛନ୍ତି । ଲାଇନ ଚ୍ୟୁତ ହୋଇଥିବା ୨ଟି ବଗିର ମରାମତି ଜାରି ରହିଛି । ଝାରସୁଗୁଡ଼ା ଚକ୍ରଧରପୁର ଡ଼ାଉନ ଲାଇନରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ଏପଟେ ବନବିଭାଗ ଟିମ୍ ପହଂଚି ସାରିଛନ୍ତି ଖୁବଶୀଘ୍ର ଡ଼ାକ୍ତରୀ ଟିମ୍ ପହଂଚିବା ପରେ ମୃତ ହାତୀ ୨ଟି ଶବ ବ୍ୟବଚ୍ଚେଦ ପକ୍ରିୟା ଆରମ୍ଭ ହେବ । ନାସିକରୁ ସାଲିମାର ଯାଉଥିଲା ଏହି ପାର୍ସଲ ଭେନ । ଟ୍ରାକର ଦୁଇ ପାଖରେ ପଡ଼ି ରହିଛି ୨ଟି ହାତୀର ଖଣ୍ଡବିଖଣ୍ଡିତ ଶରୀର ।

ପ୍ରତିଦିନ କେଉଁଠୁ ନା କେଉଁଠୁ ଏହିଭଳି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ରେଳ ଧାରଣାରେ କଟି ଅନେକ ହାତୀଙ୍କ ଜୀବନ ଯାଉଛି । କିନ୍ତୁ ଏଦିଗରେ ଆଜିଯାଏଁ ବନବିଭାଗର ନିଦ ଭାଙ୍ଗିପାରିନି । ଜଙ୍ଗଲ ମଝିରେ ଯାଇଥିବା ଟ୍ରେନ୍ ଟ୍ରାକ୍ ହାତୀ ପାର କରିବା ପାଇଁ ଯଦି କୌଣସି ସହଜ ଉପାୟ ବାହାର କରିହୁଅନ୍ତା ତେବେ ଆସନ୍ତା ଦିନରେ ଏଭଳି ଟ୍ରେନ ଧକ୍କାରେ ହାତୀ ମରୁଥିବା ଘଟଣାକୁ ରୋକି ହୁଅନ୍ତା ।