ଗାଁରେ ପଶିଛନ୍ତି ଜଙ୍ଗଲୀହାତୀ ! ଧାନଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଉଛନ୍ତି ହାତୀପଲ

284

କନକ ବ୍ୟୁରୋ : ଗାଁ ମୁହାଁ ଜଙ୍ଗଲୀ ହାତୀ । ସୂନ୍ଦରଗଡ଼ କୁତ୍ରା ଅଂଚଳରେ ହାତୀ ପଲ ଆତଙ୍କ ଖେଳାଇଛନ୍ତି । ହାତୀ ପଲ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଂଜ ଅନ୍ତର୍ଗତ କୁତ୍ରା ଅଂଚଳରେ ୧୬ରୁ ଅଧିକ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ଘଟଣା ସ୍ଥଳରେ ବନବିଭାଗ ପହଂଚି ହାତୀ ଘଉଡ଼େଇବା ପାଇଁ ଉଦ୍ୟମ ଜାରି ରଖିଛି । ସେହିପରି ରାଜଗାଙ୍ଗପୁରର ବିଜୁ ଏକ୍ସପ୍ରେସ ୱେରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।

ରାଜରାସ୍ତା ଉପରକୁ ହାତୀ ଆସିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହା ସହ ଚାଷ ଜମିରେ ହାତୀ ପଲ ପଶି ବ୍ୟାପକ ଧାନ ଚାଷ ନଷ୍ଟ କରିଛନ୍ତି । ହାତୀଙ୍କ ଉପଦ୍ରବକୁ ନେଇ ଚାଷୀକୂଳ ଏକ ପ୍ରକାର ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ବାରମ୍ବାର ଏପରି ଭାବରେ ଗ୍ରାମରେ ହାତୀ ପଲ ପଶୁଥବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ ବାରମ୍ବାର ଜଂଗଲୀ ହାତୀପଲ ଗାଁ ରେ ପଶିବା ପରେ ଲୋକଙ୍କର ଅନେକ କ୍ଷତି କରୁଛନ୍ତି । ତେଣୁ ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ କିଛି ବ୍ୟବସ୍ଥା କରନ୍ତୁ ବୋଲି ଗ୍ରାମବାସୀ ଦାବୀ କରୁଛନ୍ତି ।