କନକ ବ୍ୟୁରୋ: ଗାଁରେ ବୁଲୁଛି ହାତୀ । ସଂଧ୍ୟା ହେବା କ୍ଷଣି ଜନବସତି ଆଡକୁ ମାଡି ଆସୁଛି ଦନ୍ତାହାତୀ । ଗାଁରେ ପଶି ଉତ୍ପାତ କରୁଥିବା ଦେଖିବାକୁ ମିଳିଛି । ଘରଦ୍ୱାର ଭାଙ୍ଗି ପକାଉଛି । ଗୋଟିଏ ମାସ ହେଲାଣି, ଜୁଜୁମରା ବ୍ଲକର ବିଭିନ୍ନ ଗାଁରେ ହାତୀ ଆତଙ୍କ ଲାଗି ରହିଛି । ହାତୀପଲ ୨୦ରୁ ଅଧିକ ଘର ଭାଙ୍ଗି ସାରିିଥିବା ବେଳେ ଏବେ ବି ଭୟରେ ରହୁଛନ୍ତି ଗାଁ ଲୋକ । ସଂଧ୍ୟା ପରେ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଘରେ ତାଟି କବାଟ ପକାଇ ରହିବାକୁ ପଡୁଛି । ଯଦି କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି, ତେବେ ରାତିରେ ଫେରିବା ପାଇଁ ଡର ଲାଗୁଛି । ଗତକାଲି ସାରା ରାତି ହାତୀପାରୀ ବେଜୋପଡାରେ ଦନ୍ତାହାତୀ ଆତଙ୍କ ରଚିଛି । ଦନ୍ତାଟି ଗାଁ ଦାଣ୍ଡରେ ବୁଲାବୁଲି କରିବା ସହ ଜଣଙ୍କ ଘରର ପାଚେରୀ ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଛି । ହାତୀକୁ ଦେଖି ଗ୍ରାମବାସୀ ରାତି ସାରା ଉଜାଗର ରହି ତାକୁ ଘଉଡେଇବା ପାଇଁ ଚେଷ୍ଟା କରିଥିଲେ ।