ଦକ୍ଷିଣ ଆଫ୍ରିକାର ଜଙ୍ଗଲରେ ଏକ ହାତୀକୁ ଜିରାଫ ଭଳି କାର୍ଯ୍ୟକଳାପ କରୁଥିବା ଦେଖିବାକୁ ମିଳିଲା । ଏହି ହାତୀ ନା କେବଳ ନିଜ ଦୁଇଟି ଗୋଡ ଉପରେ ଛିଡା ହୋଇ ଗଛରୁ ପତ୍ର ଛିଣ୍ଡାଇ ଖାଉଥିଲା ବରଂ ଯେଉଁ ପତ୍ର ଗୁଡାକୁ ଖାଉଥିଲା ତାହା ସାଧାରଣତଃ ଜିରାଫର ଭୋଜନ ହୋଇଥାଏ ।
ହାତୀର ଏଭଳି କାର୍ଯ୍ୟକୁ ଏକ ବ୍ୟକ୍ତି ନିଜ କ୍ୟାମେରାରେ କଏଦ କରିନେଲେ । ଏହି ଘଟଣା କ୍ରୁଗର ନ୍ୟାସନାଲ ପାର୍କ ର । ଫଟୋ ଉଠାଇଥିବା ବ୍ୟକ୍ତି ନିଜ ପରିବାର ସହିତ ଭ୍ରମଣରେ ଯାଇଥିଲେ । ପ୍ରଥମେ ହାତୀ ଗଛ ପାଖକୁ ଗଲା । ନିଜ ଶୁଣ୍ଢରେ ପତ୍ରକୁ ଶୁଙ୍ଘିଲା ଏବଂ ପୁଣି ଆଗ ପଟ ଗୋଡକୁ ପବନରେ ଉପରକୁ ଉଠାଇଲା । ଫଟୋରେ ହାତୀକୁ ତାହାର ଶୁଣ୍ଢ ସାହାଯ୍ୟରେ ଗଛର ପତ୍ର ଛିଣ୍ଡାଉଥିବା ଦେଖାଯାଇପାରିବ ।
ଆପଣ ଅନୁମାନ ଲଗାଇପାରିବେ ଯେ, ବହୁତ ଓଜନ ଥିବା ସତ୍ୱେ ହାତୀ ପାଖରେ କେତେ ଫୁର୍ତ୍ତି ଅଛି ଯେ, ସେ ନିଜ ପଛ ଗୋଡରେ ସଂପୂର୍ଣ୍ଣ ରୂପେ ଛିଡା ହୋଇପାରୁଛି । ସାଧାରଣତଃ ସର୍କସର ହାତୀଙ୍କୁ ଏମିତି କରିବାକୁ ଟ୍ରେନିଙ୍ଗ ଦିଆଯାଇଥାଏ । ସୋଶିଆଲ ମିଡିଆରେ ଅନେକ ଲୋକ ଏହି ଫଟୋକୁ ସେୟାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/eleph.jpg)
/kanak/media/post_attachments/wp-content/uploads/2018/08/elephant-1-300x180.jpg)