ସମ୍ବଲପୁର ରାଜରାସ୍ତାରେ ହାତୀ ପଲ, ଲୋକେ ଆତଙ୍କିତ । ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି ହାତୀ ।

ରାଜରାସ୍ତାରେ ହାତୀ ପଲ । ଲୋକେ ଆତଙ୍କିତ

80

କନକ ବ୍ୟୁରୋ : ରାଜରାସ୍ତାରେ ହାତୀ ପଲ । ଲୋକେ ଆତଙ୍କିତ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ରାସନପୁର ଏବଂ ଭୋଇପାଲି ରାସ୍ତାରେ । ଏକ ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟକୁ କଏଦ କରିଥିଲା କ୍ୟାମେରା । ଏହି ହାତୀ ପଲରେ ପ୍ରାୟ ୯ଟି ହାତୀ ଥିବା ଜଣାପଡିଛିା ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେଲା ଏହି ହାତୀ ପଲ ଯୁଯୁମରା ଅଂଚଳରେ ଆତଙ୍କରାଜ ଚଳାଇଛନ୍ତି । ଅନେକ ଗ୍ରାମକୁ ଯାଇ ଘର ଭାଙ୍ଗିବା ସହ ଫସଲ ଖାଇଦେଇଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି ।

 

ପୂର୍ବରୁ ଏହି ହାତୀ ପଲରେ ଗୋଟେ ମାଇ ହାତୀର ଦେହ ଅସୁସ୍ଥ ଥିବା ଜଣାପଡିଥିଲା । ବନ ବିଭାଗ ଏହି ହାତୀପଲକୁ ଘଉଡେଇବା ପାଇଁ ଉଦ୍ୟମ ଜାରି ରଖିଛି । ରାଜରାସ୍ତା ନିକଟରେ ହାତୀପଲ ରହିଥିବାରୁ ଉଭୟ ପାଖରେ କିଛି ସମୟ ପାଇଁ ଗାଡି ଗୁଡିକ ଅଟକି ରହିଥିଲା । ହାତୀମାନଙ୍କୁ ଘଉଡେଇବା ପାଇଁ ସ୍ଥାନିୟ ଲୋକେ ମଧ୍ୟ ପ୍ରୟାସ କରିଛନ୍ତି । ହାତୀ ପଲ ଗାଁ ନିକଟବର୍ତି ଅଚଂଳରେ ରହୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।