କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ । ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଂଟାପଡା ପଂଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି ।
ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀଙ୍କୁ ଘଉଡାଇବାକୁ ବନବିଭାଗ ନାକେଦମ ହୋଇଛି । ଦିନରେ ଜଙ୍ଗଲ ଭିତରେ ରହୁଥିବାବେଳେ ସନ୍ଧ୍ୟାରେ ଗାଁ ଭିତରକୁ ଆସି ଆତଙ୍କ ଖେଳାଉଛନ୍ତି ହାତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/4-23.jpg)