କନକ ବ୍ୟୁରୋ : ସହରରେ ଜଙ୍ଗଲୀ ହାତୀ । ଭୟରେ ଲୋକେ । ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖରେ ଥିବା କଲୋନୀରେ ବୁଲୁଛି ହାତୀ । ରାତିରେ ଘର ବାହାରେ ହାତୀ ବୁଲୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । କଲୋନୀରେ ହାତୀ ପଶି ୨ଟି ପାଚେରୀ ଭାଙ୍ଗି ଦେଇଛି । କଲୋନୀରେ ହାତୀ ବୁଲୁଥିବାରୁ ଭୟରେ ରାତିରେ ଘରୁ ବାହାରି ପାରୁ ନାହାନ୍ତି ଲୋକେ । ପ୍ରଥମ ଥର ପାଇଁ ଏହି ଅଞ୍ଚଳରୁ ହାତୀ ଆସିଥିବା ସ୍ଥାନୀୟ ଲୋକ କହିଛନ୍ତି ।