ସହର ଭିତରେ ବୁଲୁଛି ଦନ୍ତା ହାତୀ । ଲୋକଙ୍କ ମନରେ ଛନକା, ହାତୀ ଉପରେ ନଜର ରଖିଛି ବନ ବିଭାଗ ।

139

କନକ ବ୍ୟୁରୋ : ସହର ଭିତେରେ ବୁଲୁଛି ଦନ୍ତା ହାତୀ, ଫଳରେ ହାତୀକୁ ନେଇ ଲୋକେ ଚିନ୍ତିତ । ବାରିପଦା ସହରରେ ସକାଳୁ ମୁର୍ଗାବାଡ଼ି ଅଞ୍ଚଳରେ ଏକ ଦନ୍ତାହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ତେବେ ହାତୀଟି କୌଣସି କ୍ଷୟକ୍ଷତି ଘଟାଇ ନଥିବାର ସୂଚନା ମିଳିଛି ।

ବାରିପଦା ବନ ବିଭାଗ ଅଧିକାରୀ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ଏବେ ହାତୀଟି ଶଙ୍ଖଭଙ୍ଗା ଅଞ୍ଚଳରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଝାଡ଼ଖଣ୍ଡି ହାତୀଟି ପଶ୍ଚିମବଙ୍ଗ ଆଡ଼ୁ ଦେଉଳି ଆଡ଼କୁ ଆସିଥିବା ବନ ବିଭାଗ ଅନୁମାନ କରୁଛି । ମୁନିସବନ୍ଧ ଆଡ଼େ ଦେଇ ତକତପୁର ଓ ଦେବେନ୍ଦ୍ରପୁର ଦେଇ କାଠପାଳ ଜଙ୍ଗଲକୁ ହାତୀ ଚାଲିଯାଇଥିବାର ଖବର ମିଳିଛି ।