ଆଠଗଡରେ ଚିନ୍ତା ବଢାଇଲେଣି ହାତୀପଲ : ବାଳି ନିକଟ ଜାତୀୟ ରାଜପଥରେ ଚଳାଚଳ ପରେ ଆତଙ୍କରେ ଲୋକେ; ହାତୀ ଘଉଡାଇବାରେ ନାକେଦମ୍ ହେଲାଣି ବନବିଭାଗ

102

କନକ ବ୍ୟୁରୋ : ଆଠଗଡ ବନଖଣ୍ଡ ଅଂଚଳରେ ବଢିଚାଲିଛି ହାତୀଙ୍କ ଉପଦ୍ରବ । ଏହା ଏବେ ବନବିଭାଗର ଚିନ୍ତା ବଢାଇ ଦେଲାଣି । ଗତକାଲି ଗୁରୁଡୁଝାଟିଆ ମତ୍ସ୍ୟପୁର ରେଳ ଧାରଣା ଉପରେ ହାତୀପଲ ଅତିକ୍ରମ କରିଥିଲେ । ଆଜି ୫୫ ନଂବର ଜାତୀୟ ରାଜପଥ ବାଳି ନିକଟରେ ହାତୀ ପଲ ରାଜପଥରେ ଠିଆ ହେବା ପରେ ରାସ୍ତା ଅତିକ୍ରମ କରିଛନ୍ତି ।

ଏହାକୁ ନେଇ ଦୀର୍ଘ ସମୟ ଧରି ୫୫ ନଂବର ଜାତୀୟ ରାଜପଥରେ ଗମନାଗମନ ପ୍ରଭାବିତ ହୋଇଥିଲା । ଦୀର୍ଘଦିନ ହେବ ସ୍ଥାନୀୟ ଅଂଚଳରେ ହାତୀ ପଲ ଉପଦ୍ରବ କରୁଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟ ଖେଳିଯାଇଛି । ହାତୀ ପଲ ଏବେ ବିଭିନ୍ନ ଅଂଚଳକୁ ପ୍ରବେଶ କରୁଥିବାରୁ ବନବିଭାଗ ପାଇଁ ହାତୀ ଘଉଡାଇବା ମଧ୍ୟ ଚିନ୍ତାର କାରଣ ହୋଇଛି ।