କନକ ବ୍ୟୁରୋ: ମୟୁରଭଂଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ବିଶୋଇ ରେଂଜ ସରଗଡାରେ ଗାଁ ମୁହାଁ ହୋଇଛନ୍ତି ହାତୀ ପଲ । ୮ଟି ହାତୀ ପଲ ଭିତରେ ଗୋଟିଏ ଦନ୍ତା ହାତୀ, ୨ଟି ମାଇ ହାତୀ ଏବଂ ତିନୋଟି ଛୁଆ ହାତୀ ରହିଛନ୍ତି । ସରଗଡା ଜଙ୍ଗଲରେ ରୟାଲ ବେଙ୍ଗଲ ବାଘ ଆତଙ୍କ ଚଲାଇଥିବାବେଳେ ବାଘ କବଳରୁ ନିଜ ଛୁଆଁଙ୍କୁ ରକ୍ଷା କରିବା ପାଇଁ ହାତୀ ପଲ ଗାଁ ମୁହାଁ ହୋଇଥିବା ସୂଚନା ଦେଇଛନ୍ତି ଏସିଏଫ୍ ନବୀନ ଚନ୍ଦ୍ର ନାଏକ ।
ସେପଟେ ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବା କାମରେ ନିୟୋଜିତ ହୋଇଛନ୍ତି । ସରଗଡାରେ ହାତୀ ପଲ ଗୋଟିଏ ବାଇକ୍ ଓ ୨ଟି ସାଇକେଲ ଦଳି ଦେଇଥିବା ସୂଚନା ମିଳିଛି । ଗତ ସୋମବାର ଏକ ବଳଦକୁ ବାଘ ଖାଇଦେବା ପରେ ବନବିଭାଗ ଛାନବିନ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଥିବା ପାଦ ଚିହ୍ନରୁ ଏହା ରୟାଲ ବେଙ୍ଗଲ ବାଘ ବୋଲି ଜଣା ପଡିଥିଲା । ଜଙ୍ଗଲରେ ରୟାଲ ବେଙ୍ଗଲ ବାଘ ଥିବା ଜାଣି ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇଥିବାବେଳେ, ଜଙ୍ଗଲରେ ଥିବା ହାତୀପଲ ଏବେ ଗାଁ ମୁହାଁ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/elephant.jpg)