ଘାଟି ରାସ୍ତାରେ ଜଙ୍ଗଲୀ ହାତୀ : ରାସ୍ତାରେ ଗାଡି ଅଟକାଉଛନ୍ତି ଗଜରାଜ, ଖାଦ୍ୟ ଦେଲେ ଖାଇ ପଳାଉଛନ୍ତି, ନହେଲେ କରୁଛନ୍ତି ଭଙ୍ଗାରୁଜା

111

କନକ ବ୍ୟୁରୋ: ରାସ୍ତାରେ ଗଜରାଜ  । ଗାଡି ଅଟକାଉଛି, ଖାଦ୍ୟ ଦେଲେ ଖାଇ ଜଙ୍ଗଲ ଭିତରକୁ ପଳାଇ ଯାଉଛି  । ଖାଦ୍ୟ ନଦେଲେ ଭଙ୍ଗାରୁଜା କରୁଛି  । ସୁନ୍ଦରଗଡ଼ କୋଇଡା ବରସୁଆଁ ରାସ୍ତାରେ ଏପରି ଦୃଶ୍ୟ କିଛି ଦିନ ହେବ ଦେଖିବାକୁ ମିଳୁଛି  । ଗତକାଲି ରାଉରକେଲାରୁ ଟେନସା ଆସୁଥିବା ଏକ ଗାଡିକୁ ଅଟକାଇଥିଲା ହାତୀ  । ଗାଡିକୁ ଭଙ୍ଗାରୁଜା କରିଥିଲା  । ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି  ।

ଗୁରୁତର ଅବସ୍ଥାରେ ଚିକତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି  । ସେହିପରି ଗତକାଲି ମଧ୍ୟ ଟେନସା ବରସୁଆଁ ଘାଟିରେ ଗାଡି ଚଳାଚଳ ବନ୍ଦ ରହିଥିଲା  । ରାତିରେ ମଧ୍ୟ ରାସ୍ତାକୁ ପଳାଇ ଆସିଥିଲା ହାତୀ  । ରାସ୍ତାରେ ଯାଉଥିବା ଲୋକେ ହାତୀ ଦେଖିବାକୁ ଭିଡ ଜମାଇଥିଲେ  । ପ୍ରାୟ ୨ ଘଂଟା ଧରି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା  ।